42.1 C
Bhubaneswar
Saturday, April 27, 2024
Homeଓଡିଶାଅଷ୍ଟମ ଓ ନବମ ପିଲାଙ୍କ ଲାଗି ହେବ ମେଧା ତାଲିକା

ଅଷ୍ଟମ ଓ ନବମ ପିଲାଙ୍କ ଲାଗି ହେବ ମେଧା ତାଲିକା

ଭୁବନେଶ୍ୱର: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଷ୍ଠ ତାଲିକାରେ ଯେପରି ଗରୀବ ମେଧାବୀମାନେ ରହିବେ ସେଥିଲାଗି ସରକାର ସ୍ୱତନ୍ତ୍ର ସୁବିଧା ଯୋଗାଇଦେବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଦଶମ ଶ୍ରେଣୀରେ ମେଧାବୀଙ୍କ ଲାଗି ସରକାର ଯୋଗାଇବେ ଅନେକ ସୁବିଧାସୁଯୋଗ । ତେବେ ଦୁର୍ବଳ ପିଲାଙ୍କୁ ଦଶମ ଶ୍ରେଣୀରେ ସ୍ୱତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବରୁ ଉଭୟ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଲଗାତାର ୨ବର୍ଷ ୭୫ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ଲାଗି ପ୍ରସ୍ତୁତ ହେବ ମେଧା ତାଲିକା । ଏହି ମେଧା ତାଲିକାରେ ଯେତେ ଛାତ୍ରଛାତ୍ରୀ ରହିବେ ସେମାନଙ୍କର ପାଠପଢ଼ା ଲାଗି ସମସ୍ତ ସୁବିଧା ସୁଯୋଗ ସମ୍ପୃକ୍ତ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯିବ । ତେବେ ଦୈନିକ ସ୍କୁଲରେ କମନ୍ ଶିକ୍ଷାଦାନ ଶେଷ ହେବା ପରେ ଦୁର୍ବଳ ପିଲାଙ୍କ ଲାଗି ଏବଂ ମେଧା ତାଲିକାରେ ଥିବା ପିଲାଙ୍କ ଲାଗି ଭିନ୍ନ ଭିନ୍ନ କ୍ଲାସ ହେବ । ଦୈନିକ ଏହିଭଳି ଶିକ୍ଷାଦାନ ବ୍ୟବସ୍ଥା ପାଇଁ ୯୦ମିନିଟ୍ ଧାର୍ଯ୍ୟ କରାଯିବ । ତେବେ ମେଧା ତାଲିକାରେ ଥିବା ପିଲାଙ୍କୁ ଏକ୍ସଟ୍ରା ପାଠପଢ଼ା ସହିତ ପରୀକ୍ଷା ପୂର୍ବରୁ ଯେପରି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ସେନେଇ ଏଭଳି ଅଭନବ ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟରେ ସମସ୍ତ ସରକାରୀ ସ୍କୁଲରେ ଚଳିତବର୍ଷ ୮ମ ଏବଂ ୯ମରେ ୭୫%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କର ତାଲିକା ପ୍ରସ୍ତୁତ କରି ଜୁନ୍ ଶେଷ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking