30.1 C
Bhubaneswar
Thursday, May 9, 2024
Homeଓଡିଶାବିଜେପିରେ ମିଶିଲେ ସାବିତ୍ରୀ ଜିନ୍ଦଲ

ବିଜେପିରେ ମିଶିଲେ ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ମହିଳା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ (୮୪) ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିନକ ପୂର୍ବେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସାବିତ୍ରୀଙ୍କ ସହ ତାଙ୍କ ଝିଅ ସୀମା ଜିନ୍ଦଲ୍ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କଂଗ୍ରେସ ଛାଡିବା କଥା ନିଜେ ସାବିତ୍ରୀ ଉଲ୍ଲେଖ କରିଥିଲେ । ନିଜ ପୋଷ୍ଟରେ ସାବିତ୍ରୀ ଉଲ୍ଲେଖ କରିଥିଲେ ଯେ, ‘ଗତ ୧୦ ବର୍ଷ ଧରି ସେ ଜଣେ ବିଧାୟିକା ଭାବେ ହିସାର ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ପାଇଁ ନିସ୍ୱାର୍ଥପର ଭାବେ କାମ କରିସାରିଆସିଛନ୍ତି । ହିସାରବାସୀଙ୍କ ପକ୍ଷରୁ ତାଙ୍କୁ ଅନେକ ସ୍ନେହ, ଶ୍ରଦ୍ଧା, ଭଲପାଇବା ମିଳିଛି । ହିସାରବାସୀ ତାଙ୍କ ପରିବାର ଭଳି । ହିସାରବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ଯାଇ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।’
ସାବିତ୍ରୀଙ୍କ ସ୍ୱାମୀ ତଥା ବିଶିଷ୍ଟ ଶିଳ୍ପପତି ଓପି ଜିନ୍ଦଲ ମଧ୍ୟ ହରିଆଣା ସରକାରରେ ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । କିନ୍ତୁ ଏକ ହେଲିକପ୍ଟର ଦୁର୍ଘଟଣାରେ ଓପି ଜିନ୍ଦଲ୍‌ଙ୍କ ଦେହାନ୍ତ ହେବା ପରେ ସାବିତ୍ରୀ ଜିନ୍ଦଲ ସକ୍ରିୟ ରାଜନୀତିକ୍‌ୁ ଆସିଥିଲେ ଏବଂ ଭୂପିନ୍ଦର ସିଂ ହୁଡାଙ୍କ ମୁଖ୍ୟମନ୍ତ୍ରୀ କାଳରେ ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ଏପରିକି ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା କିନ୍ତୁ ସେ ବିଜେପି ପ୍ରାର୍ଥୀ ଡ. କମଳ ଗୁପ୍ତାଙ୍କ ଠାରୁ ପରାଜିତ ହୋଇଥିଲେ ।
ସୂଚନା, ଗତ ୨୪ ତାରିଖ ଦିନ ସାବିତ୍ରୀଙ୍କ ବ୍ୟବସାୟୀ ପୁଅ ତଥା ବିଶିଷ୍ଟ ଶିଳ୍ପପତି ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର କମ୍ପାନୀର ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ବିଜେପିରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ବିଜେପି ନବୀନ ଜିନ୍ଦଲ୍‌ଙ୍କୁ କୁରୁକ୍ଷେତ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଥିଲା । ୨୦୦୪ରୁ ୨୦୧୪ ଯାଏ କଂଗ୍ରେସ ସାଂସଦ ଭାବେ ନବୀନ ଜିନ୍ଦଲ କୁରୁକ୍ଷେତ୍ର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ନବୀନ ଜିନ୍ଦଲ, ବିଜେପି ପ୍ରାର୍ଥୀ ରାଜ କୁମାର ସାଇନିଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ନବୀନ ଜିନ୍ଦଲ ନିଜକୁ ଦୂରେଇ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking