29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଶିବସେନାରେ ସାମିଲ ହେଲେ ଗୋବିନ୍ଦା

ଶିବସେନାରେ ସାମିଲ ହେଲେ ଗୋବିନ୍ଦା

ମୁମ୍ବାଇ: ୬୦ବର୍ଷୀୟ ଭେଟେରାନ୍ ବଲିଉଡ୍ ଅଭିନେତା ଗୋବିନ୍ଦା ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି । ଗୁରୁବାର ଗୋବିନ୍ଦା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଆଜି ଗୋବିନ୍ଦା ଶିବସେନାର ସଦସ୍ୟତା ଗ୍ରହଣ କରିଛନ୍ତି । ତେବେ ଗୋବିନ୍ଦାଙ୍କ ଶିବସେନାରେ ସାମିଲ ହେବା ଫଳରେ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଏକ ସମ୍ଭାବନା ସୃଷ୍ଟି ହୋଇଛି । ଅବଶ୍ୟ ଗୋବିନ୍ଦା କିମ୍ବା ଶିବସେନା ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀ ପକ୍ଷରୁ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ୱେଷ୍ଟ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଆସନରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ପକ୍ଷରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି । ପ୍ରକାଶ, ଦିନକ ପୂର୍ବେ ଗୋବିନ୍ଦା, ଶିନ୍ଦେ ଗୋଷ୍ଠୀ ଶିବସେନାର ମୁଖପାତ୍ର ତଥା ପୂର୍ବତନ ବିଧାୟକ କୃଷ୍ଣା ହେଗ୍‌ଡେଙ୍କ ସହ ସାକ୍ଷାତ କରିଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ ସେ ଶିନ୍ଦେ ଗୋଷ୍ଠୀ ଶିବସେନାରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ଗୋବିନ୍ଦା ୨୦୦୪ରୁ ୨୦୦୯ ଯାଏ କଂଗ୍ରେସ ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । କଂଗ୍ରେସ ତାଙ୍କୁ ସେତେବେଳେ ମୁମ୍ବାଇ ନର୍ଥରୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜେପି ପ୍ରାର୍ଥୀ ରାମ ନାଇକଙ୍କୁ ପରାଜିତ କରିବାରେ ସଫଳ ହୋଇଥିଲେ । କିନ୍ତୁ ସଂସଦରେ ଅଧିକାଂଶ ସମୟ ଅନୁପସ୍ଥିତ ରହିବା କାରଣରୁ ୨୦୦୯ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଆଉ ତାଙ୍କ ପ୍ରତି ବିଶେଷ ଆଗ୍ରହ ଦେଖାଇନଥିଲା । ଅବଶ୍ୟ ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସକ୍ରିୟ ରାଜନୀତିରୁ ଓହରିଯାଇଥିଲେ । ପ୍ରକାଶ, ଗୋବିନ୍ଦା ନିଜ ଫିଲ୍ମ କ୍ୟାରିଅର୍‌ରେ ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ବେଳେ ଅଧିକାଂଶ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking