40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଧ୍ୱଂସୀ ତେଜସ୍ ମାର୍କ୍‌-୧ଏର ସଫଳ ପରୀକ୍ଷଣ

ବିଧ୍ୱଂସୀ ତେଜସ୍ ମାର୍କ୍‌-୧ଏର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ନୂଆ ଲଢ଼ୁଆ ବିମାନ ତେଜସ୍ ମାକ୍‌ର୍-୧ ଏ’ର ଗୁରୁବାର ସଫଳ ପରୀକ୍ଷଣ ହୋଇଛି । ପ୍ରଥମ ଏୟାରକ୍ରାଫ୍ଟ ଏଲ୍‌ଏ୫୦୩୩
ବେଙ୍ଗାଲୁରୁ ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍‌) ସେଣ୍ଟର ଗ୍ରାଉଣ୍ଡ୍‌ରେ ପ୍ରାୟ ୧୮ ମିନିଟ୍ ଧରି ସଫଳତାପୂର୍ବକ ଉଡାଣ ଭରିଥିଲା । ଭାରତୀୟ ବାୟୁସେନାରେ ସାମିଲ ଥିବା ଯୁଦ୍ଧ ବିମାନ ତେଜସ୍‌ର ଏହି ଅପଗ୍ରେଡେଡ୍ ଭର୍ସନ୍‌କୁ ବେଙ୍ଗାଲୁରୁ ସ୍ଥିତ ଡିଆରଡିଓ ଲ୍ୟାବ୍‌ରେ ଏରୋନଟିକାଲ୍ ଡେଭଲପ୍‌ମେଣ୍ଟ ଏଜେନ୍ସି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିଛି । ତେବେ ଏହାକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହାଲୁକା ଲଢ଼ୁଆ ବିମାନ ଭାବେ ବିବେଚନା କରାଯାଉଛି । ହାଲ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ତେଜସ ମାର୍କ-୧ଏରେ ଡିଜିଟାଲ ରାଡାର୍‌, ଆଲର୍ଟ ରିସିଭର, ଆଡଭାନ୍ସଡ୍ ଇଲେକ୍ଟ୍ରୋନିକ୍‌୍ ସ୍କାନର, ଆଡଭାନ୍ସଡ୍ ଭିଜୁଆଲ ରେଞ୍ଜ୍ (ବିଭିଆର୍‌), ଏୟାର ଟୁ ଏୟାର ମିସାଇଲ୍ ଆଟାକ୍ କ୍ଷମତା ତଥା ନିଜକୁ ସୁରକ୍ଷା (ସେଲ୍‌ଫ୍ ପ୍ରୋଟେକ୍‌ସନ୍‌) ଜାମର ପୋଡ୍ ଭଳି ବୈଶିଷ୍ଟ୍ୟତାକୁ ସାମିଲ କରାଯାଇଛି । ଅନ୍ୟ ଲଢ଼ୁଆ ବିମାନ ତୁଳନାରେ ତେଜସ୍‌ର ଏହି ଅପଡେଟ୍ ଭର୍ସନ ଅପେକ୍ଷାକୃତ ସାମାନ୍ୟ ଛୋଟ ରହିଛି । ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟତା ଏହାକୁ ସ୍ୱତନ୍ତ୍ର ଲଢ଼ୁଆ ବିମାନର ମାନ୍ୟତା ପ୍ରଦାନ କରୁଛି । ଏପରିକି ଶତ୍ରୁ ପକ୍ଷର ରାଡାରରେ ଏହି ଲଢ଼ୁଆ ବିମାନ ଧରାପଡିବ ନାହିଁ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍‌)ର ମୁଖ୍ୟ ଟେଷ୍ଟ ପାଇଲଟ୍ (ଫିକ୍ସଡ୍ ୱିଙ୍ଗ୍‌) ଗ୍ରୁପ୍ କ୍ୟାପଟେନ୍ (ଅବସରପ୍ରାପ୍ତ) କେକେ ବେଣୁଗୋପାଳ ଏହାକୁ ପରିଚାଳନା କରିଥିଲେ । ଶତ୍ରୁପକ୍ଷ ପାଇଁ ଏହି ବିମାନ ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ମୁଖ୍ୟ ଟେଷ୍ଟ ପାଇଲଟ୍ (ଫିକ୍ସଡ୍ ୱିଙ୍ଗ୍‌) ଗ୍ରୁପ୍ କ୍ୟାପଟେନ୍ (ଅବସରପ୍ରାପ୍ତ) କେକେ ବେଣୁଗୋପାଳ ଏହାକୁ ପରିଚାଳନା କରିଥିଲେ । ଶତ୍ରୁପକ୍ଷ ପାଇଁ ଏହି ବିମାନ ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଆଜିର ଏହି ଉଡାଣ ପରେ ଏହି ଅପଡେଟେଡ୍ ତଥା ଆଡଭାନ୍ସଡ୍ ଏୟାରକ୍ରାଫ୍ଟର ପ୍ରାୟ ୮୩ଟି ବିମାନ କ୍ରୟ କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ହାଲ୍‌କୁ କଣ୍ଟ୍ରାକ୍ଟ ଦିଆଯାଇଥିବା ଜଣାପଡିଛି । ହାଲ୍‌କୁ ଏହି ଅର୍ଡର ପୁରା କରିବା ପାଇଁ ୨୦୨୪ ମାର୍ଚ୍ଚରୁ ୨୦୨୮ ଫେବ୍ରୁଆରୀ ଯାଏ ସମୟ ଦିଆଯାଇଛି । ପ୍ରକାଶ, ଏହାପୂର୍ବରୁ ମଧ୍ୟ ତେଜସ୍‌ର ଆଉ ଏକ ଆଡଭାନ୍ସଡ୍ ଅପଗ୍ରେଡେଡ୍ ଭର୍ସନ୍ ମାର୍କ-୧ଏକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking