41.1 C
Bhubaneswar
Sunday, April 28, 2024
Homeଖେଳଆଇପିଏଲ୍ ୨୦୨୪ ଉଦ୍‌ଘାଟନୀ ଦିବସରେ ରେକର୍ଡ

ଆଇପିଏଲ୍ ୨୦୨୪ ଉଦ୍‌ଘାଟନୀ ଦିବସରେ ରେକର୍ଡ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ସପ୍ତଦଶମ ସଂସ୍କରଣର ପ୍ରଥମ ଦିନ (ଉଦ୍‌ଘାଟନ ଓ ମ୍ୟାଚ୍‌) ରେକର୍ଡ ୧୬ କୋଟି ୮୦ ଲକ୍ଷ ଦର୍ଶକ ପ୍ରସାରଣ ଦେଖିଛନ୍ତି । ଆଇପିଏଲ୍‌ର ଅଫିସିଆଲ୍ ବ୍ରଡ୍‌କାଷ୍ଟର୍ ଡିଜ୍‌ନୀ ଷ୍ଟାର୍ ନେଟ୍‌ୱର୍କ ଗୁରୁବାର ଏହି ସୂଚନା ଦେଇଛି । ପ୍ରଥମ ଦିନ ୧୨୭୬ କୋଟି ମିନିଟ୍‌ର ୱାଚ୍‌-ଟାଇମ୍ ମଧ୍ୟ ରେକର୍ଡ କରାଯାଇଛି, ଯାହା କୌଣସି ଆଇପିଏଲ୍ ସିଜନର ଉଦ୍‌ଘାଟନୀ ଦିବସରେ ସବୁଠୁ ଅଧିକ । ଅବଶ୍ୟ ଏହି ରେକର୍ଡରେ କରୋନା ମହାମାରୀ ବେଳେ ୟୁଏଇରେ ଅନୁଷ୍ଠିତ ଆଇପିଏଲ୍‌-୨୦୦୦ ସିଜନ୍ ସାମିଲ ନାହିଁ । ସୂଚନା ଅନୁସାରେ ପ୍ରଥମ ଦିନ ମୋଟ ୬.୧ କୋଟି ଦର୍ଶକ ଡିଜ୍‌ନୀ ଷ୍ଟାର୍ ନେଟ୍‌ୱର୍କ ଏକାଠି ପ୍ରସାରଣ ଦେଖିଛନ୍ତି । ଏହା ମଧ୍ୟ ଏକ ରେକର୍ଡ । ଚଳିତ ସିଜନ୍‌ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଖେଳାଯାଇଥିଲା । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍ ସିଏସ୍‌କେ ୬ ୱିକେଟ୍‌ରେ ଜିତିଥିଲା । ଟସ୍ ଜିତି ବ୍ୟାଟିଂ ନେଇଥିବା ଆର୍‌ସିବି ୬ ୱିକେଟ୍ ବିନିମୟରେ ୧୭୩ ରନ୍ କରିଥିବା ବେଳେ ଚେନ୍ନାଇ ୧୮.୪ ଓଭର୍‌ରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking