29.1 C
Bhubaneswar
Monday, May 6, 2024
Homeଓଡିଶାଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାସନ

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାସନ

ଭୁବନେଶ୍ୱର: ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍ ପୋଷଣର ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ । ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନର ଶୁଖିଲା ରାସନ ପିଲାଙ୍କୁ ମିଳିବ । ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ସୂଚନାଯୋଗ୍ୟ, ଗ୍ରୀଷ୍ଣ ପ୍ରବାହ ପାଇଁ ରାଜ୍ୟ ସରକାର ଗତ ୧୮ରୁ ୨୦(୩ଦିନ) ସ୍କୁଲ ଛୁଟି କରିଥିଲେ ଏବଂ ଆସନ୍ତା ୨୫ରୁ ଆଗୁଆ ଗ୍ରୀଷ୍ଣ ଛୁଟି ଘୋଷଣା କରିଛନ୍ତି । ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ୨୫ ରୁ ମେ’ ୪ ତାରିଖ(୯ଦିନ) ହେଉଛି କାର୍ଯ୍ୟ ଦିବସ । ତେଣୁ ମୋଟ ୧୨ଦିନର ଏହି କାର୍ଯ୍ୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଶୁଖିଲା ରାସନ ଦିଆଯିବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ(ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଶୁଖିଲା ରାସନ ଅଭିଭାବକଙ୍କୁ ଦିଆଯିବ । ସେହିପରି ଅନ୍ୟାନ୍ୟ ସାମଗ୍ରୀ(ରନ୍ଧନ) ମୂଲ୍ୟ ସିଧାସଳଖ ଡିବିଟି ମୋଡରେ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଆକାଉଣ୍ଟରେ ଅର୍ଥ ପୈଠ କରାଯିବ । ଜଟିଳ ପରିସ୍ଥିତିରେ ଯେଉଁଠାରେ ଆକାଉଣ୍ଟ ସ୍ଥାନାନ୍ତର ସମ୍ଭବ ନୁହେଁ ସେଠାରେ ଏକ ନିଦ୍ଦିର୍ଷ୍ଟ ରେଜିଷ୍ଟର ମାଧ୍ୟମରେ ଦେୟ ପ୍ରଦାନ କରାଯିବ । ସମସ୍ତ ଅଭିଭାବକଙ୍କୁ ଶୁଖିଲା ରାସନ ଏବଂ ସାମଗ୍ରୀ(ରନ୍ଧନ) ମୂଲ୍ୟ ବଣ୍ଟନ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ନିଦ୍ଦେର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking