29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶପାକିସ୍ତାନ ସେନାର ନିଖୋଜ ହେଲିକପ୍ଟର ଭଗ୍ନାବଶେଷ ଠାବ, ୬ ମୃତ

ପାକିସ୍ତାନ ସେନାର ନିଖୋଜ ହେଲିକପ୍ଟର ଭଗ୍ନାବଶେଷ ଠାବ, ୬ ମୃତ

ଇସ୍‌ଲାମ୍‌ବାଦ୍ : ସୋମବାର ଠାରୁ ନିଖୋଜ ଥିବା ପାକିସ୍ତାନ ସେନାର ହେଲିକପ୍ଟରର ଭଗ୍ନାବଶେଷ ଠାବ ହୋଇଛି । ଏହି ଘଟଣାରେ ୬ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଲୁଚିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳରେ ଗତକାଲି ରାତି ସମୟରେ ଏହି ହେଲିକପ୍ଟର ନିଖୋଜ ହୋଇଯାଇଥିଲା । ସେବେଠାରୁ ଏହାର ଅନୁସନ୍ଧାନ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଭଗ୍ନାବଶେଷ ମୂଷାଗୋଠ ଠାରେ ଠାବ କରାଯାଇଛି । ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଆକଳନ କରାଯାଇଛି । ସୂଚନା ଅନୁଯାୟୀ, ସେଥିରେ ଯାତ୍ରା କରୁଥିବା ୬ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଲେପଟନାଣ୍ଟ ଜେନେରାଲ ସରଫରାଜ ଅଲ୍ଲୀ ଅଛନ୍ତି । ଏହି ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking