38.1 C
Bhubaneswar
Friday, April 26, 2024
Homeକମନୱେଲଥ ଗେମ୍ସଇତିହାସ ରଚିଲା ଭାରତ, ଲନ୍‌ ବଲ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ

ଇତିହାସ ରଚିଲା ଭାରତ, ଲନ୍‌ ବଲ୍‌ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ

ବର୍ମିଂହାମ : ଲନ୍‌ ବଲ୍‌ ଇଭେଣ୍ଟରେ ଇତିହାସ ରଚିଲା ଭାରତ । ମହିଳା ବିଭାଗ ରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ । ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ମାତ୍‌ ଦେଇଛି ଭାରତ । ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାତେଇଛି ଭାରତ । ପ୍ରଥମ ରାଉଣ୍ଡରୁ ଲଗାତାର ଭାବରେ ଦକ୍ଷିଣ ଆଫ୍ରିକାଠାରୁ ଲିଡ୍‌ରେ ରହୁଥିଲେ ଭାରତୀୟ ଦଳ । କେବଳ ଦଶମ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୮-୧୦ ଲିଡ୍‌ ନେଇଥିଲା । ଏହାପରେ ଭାରତୀୟ ଦଳ ପୁଣି ବାଉନ୍ସ ବ୍ୟାକ୍‌ କରିଥିଲା । ୧୫ତମ ରାଉଣ୍ଡ ବେଳକୁ ୧୭-୧୦ ଲିଡ୍ ସହ ସ୍ବର୍ଣ୍ଣ ହାତେଇ ନେଇଛି ।ଗତକାଲି ସେମିରେ ନ୍ୟୁଜିଲାଣ୍ଡ ହରାଇ ପ୍ରଥମ ଥର ପାଇଁ ଏହି ଇଭେଣ୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ଭାରତୀୟ ମହିଳା ଦଳ । ଲଭ୍‌ଲୀ ଚୌବେ, ପିଙ୍କି, ନୟନମୋନୀ ସାଇକିଆ ଓ ରୂପାରାଣୀଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲନ୍‌ ବଲ୍‌ ଇଭେଣ୍ଟରେ ଇତିହାସ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking