39.1 C
Bhubaneswar
Friday, April 26, 2024
Homeଓଡିଶାଓୟୁଏଟି ସ୍ନାତକ ପାଠ୍ୟକ୍ରମ ନାମଲେଖା ପାଇଁ ୨୮ରୁ ପ୍ରବେଶିକା ପରୀକ୍ଷା

ଓୟୁଏଟି ସ୍ନାତକ ପାଠ୍ୟକ୍ରମ ନାମଲେଖା ପାଇଁ ୨୮ରୁ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତ ମାସ ୨୮ ତାରିଖରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କର ପ୍ରବେଶପତ୍ର (ଆଡମିଟ୍‍ କାର୍ଡ) ଓୟୁଏଟି ୱେବ୍‍ସାଇଟ୍‍ରୁ ଡାଉନଲୋଡ୍‍ (ସଂଗ୍ରହ) କରିପାରିବେ । ଓୟୁଏଟି ଅଧୀନରେ ଥିବା ୯ ମହାବିଦ୍ୟାଳୟର ପ୍ରାୟ ୬୫୦ ସ୍ନାତକ ଆସନ(ସିଟ୍‍) ପାଇଁ ପରୀକ୍ଷା ହେବ। ପରୀକ୍ଷା ୨୮ ତାରିଖରୁ ଆରମ୍ଭ ହୋଇ ୩୦ରେ ସରିବ । ଚଳିତ ବର୍ଷ ୨୫ ହଜାର ୮୭୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟର ୨୫ ଜିଲାରେ ୫୨ କେନ୍ଦ୍ର ଏବଂ ଦିଲ୍ଲୀର ଏକ କେନ୍ଦ୍ରରେ ମଧ୍ୟ ପରୀକ୍ଷା ହେବ ।

କରୋନା ଯୋଗୁଁ ଭିଡ ଏଡ଼ାଇବାକୁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟା୩୦ରୁ ୧୨ଟା୩୦ ମଧ୍ୟରେ ପ୍ରଥମ ଓ ଅପରାହ୍ନ ୨ଟାରୁ୪ଟା ଭିତରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ୧୭ ତାରିଖରୁ ଫର୍ମ-ବି ଦାଖଲ ଆରମ୍ଭ ହୋଇଛି। ଏହି ଫର୍ମରେ ଛାତ୍ରଛାତ୍ରୀ ସେମାନଙ୍କ ସବୁ ପାଠପଢ଼ା ସମ୍ବନ୍ଧୀୟ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ। ଆସନ୍ତା ମାସ ୭ ତାରିଖ ସୁଦ୍ଧା ବିଦ୍ୟାର୍ଥୀ ଫର୍ମ-ବି ଦାଖଲ କରିବେ। ଫର୍ମ-ବି ଦାଖଲ କରି ନ ଥିବା ବିଦ୍ୟାର୍ଥୀ ନାମଲେଖାରୁ ବାଦ ପଡ଼ିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ସେହିପରି ସ୍ନାତକୋତ୍ତର(ପିଜି), ପିଏଚ୍‍ଡି, ସିପିଜିଏସ୍‍ ଭଳି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ସପ୍ତାହରୁ ଆବେଦନ ଆରମ୍ଭ ହେବ। ଏନେଇ ଆସନ୍ତା ସପ୍ତାହରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ଛାତ୍ରଛାତ୍ରୀ ଅନ୍‍ଲାଇନ୍‍(ସଞ୍ଚାର ଜରିଆରେ) ଆବେଦନ କରିବେ । ଖୁବ୍‍ଶୀଘ୍ର ଏନେଇ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking