28.1 C
Bhubaneswar
Saturday, April 27, 2024
Homeଓଡିଶାଗୋଟିଏ ମଂଚରେ ସାମିଲ ହେଲେ ସମସ୍ତ ବିରୋଧୀ ରାଜନୈିତିକ ଦଳ ଓ ସଂଗଠନ

ଗୋଟିଏ ମଂଚରେ ସାମିଲ ହେଲେ ସମସ୍ତ ବିରୋଧୀ ରାଜନୈିତିକ ଦଳ ଓ ସଂଗଠନ

ବଲାଙ୍ଗିର : ବଲାଙ୍ଗିର  କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକ ମାନଙ୍କ ସରକାରଙ୍କ ସହିତ ଅଲୋଚନା ବାରମ୍ବାର ବିଫଳ ହେବା ପରେ କୃଷକମାନଙ୍କ ଦ୍ୱାରା ଡିସେମ୍ବର ୮ ସର୍ବ ଭାରତୀୟ ବନ୍ଦ ର ଡାକରା ଦିଆ ଯାଇଥିଲା । ସେହିକ୍ରମେ ଆଜି ବଲାଙ୍ଗିର ରେ ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନ ମିଳିତ ଭାବରେ ଏହି କୃଷକ ଆନ୍ଦୋଳନ କୁ ଅଭୁତପୁର୍ବ ସମର୍ଥନ ଜଣାଇ କୃଷି ଆଇନକୁ ତିବ୍ର ବିରୋଧ କରିବା ସହ ବାଲାଙ୍ଗିର ବନ୍ଦ କରିଥିଲେ । ଫଳରେ ସହରର ସମସ୍ତ ଦୋକାନ ବଜାର, ଗାଡି ମଟର, ଅଫିସ କଚେରି , ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ,ବିମା,ସ୍କୁଲ, କଲେଜ ସଂପୁର୍ଣ୍ଣ ରୁପେ ବନ୍ଦ ରହିଥିବା ଦେଖାଯାଇଥିଲା । ସର୍ବଭାରତୀୟ ତଥା ରାଜ୍ୟ ସ୍ତରିୟ କୃଷକ ସଂଗଠନ ର ଅହ୍ୱାନ ତଥା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ରେ ଜିଲ୍ଲା କଂଗ୍ରେସ କମିଟି, ଜିଲ୍ଲା ର ସମସ୍ତ ରାଜନୈତିକ ସଂଗଠନ, ଶ୍ରମିକ ସଂଗଠନ, ଛାତ୍ର ଓ ଯୁବକ ସଂଗଠନମାନଙ୍କୁ ଏହି କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ । କଂଗ୍ରେସ ଦଳର ଆହ୍ୱାନ କ୍ରମେ ଆଜି ସକାଳୁ ବିଭିନ୍ନ ରାଜନୈତିକ ଦଳ ତଥା ଶ୍ରମିକ ସଂଗଠନ ଦ୍ୱାରା ସହରରେ ପିକେଟିଂ କରାଯିବା ସହ ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା । ଦିନ୧୧ଟାରେ ଜିଲ୍ଲ୍‌ା କଂଗ୍ରେସ ତରଫରୁ ସବାପତି ଦିଲିପ ବେହେରା , ଉପ ସଭାପତି ଉମାକାନ୍ତ ସାହୁ, ସନ୍ତକ ବହିଦାର , ନଗର ସଭାପତି ବୁଲୁ ଦାନୀ , ସେବାଦଳ ମୁଖ୍ୟ ଅସିତ ମିଶ୍ର ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ବିରାଟ ପଟୁଆର ରେ ଆସି ବଲାଙ୍ଗିର ର ମାନ୍ୟବର ବିଧାୟକ ନରସିଂହ ମିଶ୍ର କଚେରି ଛକ ସ୍ଥିତ ବିକ୍ଷୋଭ ସ୍ତଳରେ ପାହଞ୍ଚିଥିଲେ । ପୁର୍ବରୁ ସେଠାରେ କୋସଲ ସମନ୍ୱୟ ସମିତିର ସଭାପତି ପ୍ରମୋଦ ମିଶ୍ର, ବିଏଜିବି ଏସୋସିଏସନ ର ପୁଲିନ ମିଶ୍ର, ମିଳିତ ଶ୍ରମିକ ସଂଗଠନ ର ବିଭୁଦତ୍ତ ମିଶ୍ର,ନାଗରିକ କମିଟି ସଭାପତି ବିକ୍ରମା ନନ୍ଦ ବହିଦାର, ବହୁଜନ ସମାଜ ପାର୍ଟି ତଥା ଭୀମ ଆର୍ମି ର ଦ୍ରୋଣ କୁମ୍ଭାର, ଆମ ଆଦମି ପାର୍ଟିର ଆଶିଷ ପାଣ୍ଡେ,ଏସୟୁସିଆଇ,ଏଆିକେକେଏମଏସ୍‌,ଏଆିଡିଏସଓ ର ସୁନିଲ ଭୋଇ ପ୍ରମୂଖ ନିଜର ସଂଗଠନ ସହ ବିକ୍ଷୋଭ ସ୍ଥଳିରେ ଯୋଗ ଦେଇଥୀଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କେନ୍ଦ ସରକାରଙ୍କ କୃଷି ଆଇନ କୁ ତିବ୍ର ଭର୍ସନା କରିଥିଲେ । ସେ କହିଥିଲେ ନୁତନ କୃଷି ଆଇନରେ କେନ୍ଦ୍ର ସରକାର କୃଷିଜାତ ସାମଗ୍ରିର ବିକ୍ରି ଓ ବଣ୍ଟନକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରି ଦେଶର କୋଟି କୋଟି କୃଷକଙ୍କୁ ଧୋକା ଦେଇଛନ୍ତି । ଏହା ସିଧା ସଳଖ ଦେଶର ମୁଷ୍ଟିମେୟ ପୁଞ୍ଜିପତିମାନଙ୍କୁ ଲାଭ ପାହାଞ୍ଚାଇବାର ଏକ ଚକ୍ରାନ୍ତ ଅଟେ । ଯଦି ସରକାରଙ୍କ ସତ ସାହାସ ଅଛି ଚାଷୀମାନଙ୍କୁ ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସ୍ୱାଧୀନତା ଦେଉ କିନ୍ତୁ ଉତ୍ପାଦିତ ସାମଗ୍ରି ର ଉଚିତ ସର୍ବନିମ୍ନ ମୁଲ୍ୟ ସହ ସରକାର ନିଜେ ସେ ସବୁ କିଣିବାର କିମ୍ବ କିଣେଇବାର ବ୍ୟବସ୍ତା କରୁ । କଣ୍ଟ୍ରାକ୍ଟ ଫାର୍ମିଂ ରେ ମଧ୍ୟ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀ ନିଜର ଜମୀକୁ ପୁଞ୍ଜିପତିଙ୍କ ଅଧିନକୁ ଦେଇଦେବେ । ଏହି ଆଇନ ଲାଗୁ ହେଲେ ଚାଷୀ କେବଳ ତାର ଜମି ହରେଇବ ତାହା ନୁହେଁ ପୁଞ୍ଜିପତିମାନେ କ୍ଷୁଦ୍ର ଚାଷୀଙ୍କ ସମସ୍ତ ଜମି ନେଇ ସେଥିରୁ ଉତ୍ପାଦିତ ଫସଲକୁ ଖୂବ ଉଚ୍ଚା ଦରରେ ବିକ୍ରି କରିବାର ସମ୍ଭାବନା ଅଛି । ଯେହେତୁ ୧୯୯୫ ଅତ୍ୟାବଶକିୟ ଆଇନ ର ସଂସୋଧନ କରିବା ମଧ୍ୟ ଏହି ଆଇନ ର ଅଂଶ ବିଶେଷ ତେଣୁ ଅମଳ କୃଷିଜାତ ଦ୍ରବ୍ୟକୁ ପୁଞ୍ଜିପତିମାନେ ବୃହତ ଆକାରରେ ମହଜୁଦ କରି ରଖୀ ଖାଦ୍ୟ ଶସ୍ୟର ଏକ ଅହେତୁକ ଅଭାବ ପରିସ୍ଥିତି ସୃଷ୍ଟି କରବେ । ଯାହା ଫଳରେ ଦେଶର କୋଟି କୋଟି ଜନତା ଉଚ୍ଚା ଦରରେ ଖାଦ୍ୟ ଶସ୍ୟ କିଣିବାକୁ ବାଧ୍ୟ ହେବେ । ତେଣୂ ଆଜିର ଏହି ମିଳିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାର ତାର ଏହି ନୁତନ କଳା କୃଷି ଆଇନକୁ ଶିଘ୍ର ପ୍ରତ୍ୟାହାର କରୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋସଲ ସମନ୍ୱୟ ସମିତି ର ପ୍ରମୋଦ ମିଶ୍ର,ବହୁଜନ ସମାଜ ପାର୍ଟିର ଦ୍ରୋଣ କୁମ୍ଭାର, କଂଗ୍ରେସ ର ଉମା ପଣ୍ଡା, ସାନନ୍ଦ ମିଶ୍ର, ମିଲନି ସାହୁ, ବୁଲୁ ଦାନୀ,ମୟ ପଧାନି , ଯଦୁପତି ନନ୍ଦ, ଚାଷିନେତା ଡା. ସୁଧୀର ପରିଚ୍ଛା , ମିଳିତ ଶ୍ରମିକ ସଂଗଠନ ର ବିଭୁଦତ୍ତ ମିଶ୍ର ଆମ ଆଦମୀ ପାର୍ଟି ର ଆଶିଷ ପାଣ୍ଡେ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିଜର ବକ୍ତବ୍ୟ ରଖୀଥିଲେ । ଶେଷରେ ରାଜୀବ ଗାନ୍ଧୀ ପଞ୍ଚୟତ ରାଜ ସଂଗଠନ ର ସଂଯୋଜକ ଅଜୟ ବାଲୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking