40.1 C
Bhubaneswar
Thursday, April 25, 2024
Homeଓଡିଶାଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ ସଖା ପକ୍ଷରୁରୁ ବିକ୍ଷୋଭ

ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ ସଖା ପକ୍ଷରୁରୁ ବିକ୍ଷୋଭ

ଯାଜପୁର : ଯାଜପୁର ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ସଦସ୍ୟ ଡାକ୍ତରଙ୍କ ଦ୍ଵାରା ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଜପୁର ରୋଡ଼ ଓ ଟାଟା ଷ୍ଟିଲ ମେଡିକା ଚିକିତ୍ସାଳୟ ଠାରେ ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ଵାରା ୧୯ ନଭେମ୍ବର ୨୦୨୦ ମସିହାରେ ଜାରି କରାଯାଇଥିବା ବିଜ୍ଞପ୍ତିକୁ ବିରୋଧ କରି କରୋନା ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଦସ୍ୟ ମାନେ ଉପସ୍ଥିତ ଜନସାଧାରଣଙ୍କୁ ଏହି ବିଜ୍ଞପ୍ତି ର କୁପରିଣାମ ସମ୍ବନ୍ଧରେ ଅବଗତ କରାଇଥିଲେ। ଏମ୍ ବି ବି ଏସ୍ ଶିକ୍ଷା ଲାଭ ପରେ ସ୍ନାତକୋତ୍ତର ଶଲ୍ୟଚିକିତ୍ସା ଶିକ୍ଷା ପାଇଁ ୩ ବର୍ଷ ଓ ଉଚ୍ଚ ସ୍ନାତକୋତ୍ତର ଶିକ୍ଷା ପାଇଁ ଆଉ ୩ ବର୍ଷ ଏପରି ୬ ବର୍ଷ ଆବଶ୍ୟକ ହେଉଥିବା ବେଳେ ଜଣେ ଆୟୁର୍ବେଦ ଚିକିତ୍ସକ ଯାହାଙ୍କର ଶିକ୍ଷାର ମୂଳମନ୍ତ୍ର ଏକଦମ ଅଲଗା କିପରି ମାତ୍ର ୨ ବର୍ଷର ଖେଚୁଡ଼ି ଶଲ୍ୟ ପ୍ରଶିକ୍ଷଣ ପ୍ରାପ୍ତ ହେବାପରେ ସାଧାରଣ ଓ ସୁପର ସ୍ପେସାଲିଷ୍ଟ ଅପରେସନ କରିବାକୁ ସକ୍ଷମ ହେବେ। ଅପରେସନ ପରେ ରୋଗୀ ଏଲୋପାଥି ନା ଆୟୁର୍ବେଦ ଔଷଧ ସେବନ କରିବେ? ଅପରେସନ ପାଇଁ ଆବଶ୍ୟକ ନିଶା ଏଲୋପାଥି ନିଶ୍ଚେତକ ନା ଆୟୁର୍ବେଦ ଚିକିତ୍ସକ ଦେବେ? ଏପରି ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରି ସରକାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତି। ଏ ସମସ୍ତ ବିଷୟବସ୍ତୁ ଉପସ୍ଥିତ ଜନସାଧାରଣ ଓ ଗଣମାଧ୍ୟମର ବନ୍ଧୁ ମାନଙ୍କୁ ତନ୍ନ ତନ୍ନା କରି ବୁଝାଇ ଦିଆଯାଇଥିଲା। ଏହି ପ୍ରତିବାଦ ସତ୍ତ୍ୱେ ସରକାର ଯଦି ଏହି ଜନସାଧାରଣ ବିରୋଧୀ ବିଜ୍ଞପ୍ତି କୁ ବାତିଲ ନ କରନ୍ତି ତେବେ ଆସନ୍ତା ୧୧ତାରିଖ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର‌୍ୟ୍ୟନ୍ତ ସମସ୍ତ ବେସରକାରୀ ଓ ସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କୌଣସି ଅଣକୋଭିଡ ଚିକିତ୍ସା କରାଯିବ ନାହିଁ। କେବଳ ଜରୁରୀକାଳୀନ ଚିକିତ୍ସା ଅବ୍ୟାହତ ରହିବ। ଏଥିରେ ଜନସାଧାରଣଙ୍କ ନିମନ୍ତେ ଯେଉଁ ଅସୁବିଧା ସୃଷ୍ଟି ହେବ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ । ସକାଳ ୧୦ ଘଟିକା ସମୟରେ ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ର କେନ୍ଦ୍ରୀୟ କାର‌୍ୟ୍ୟ କାରିଣୀ ସଦସ୍ୟ ଡାକ୍ତର ପ୍ରସନ୍ନ କୁମାର ସାହୁ ଙ୍କ ନେତୃତ୍ବରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ସେଥିରେ ସଂଘର ସଭାପତି ଡାକ୍ତର ହେମନ୍ତ କିଶୋର ସାହୁ, ସଂପାଦକ ବାଃ ଗୌରୀ ଶଙ୍କର ଷଡ଼ଙ୍ଗୀ, ସଦସ୍ୟ ଡାକ୍ତର ନୃସିଂହ ଚରଣ ପରିଡା, ଡାକ୍ତର ସୁଦେଷ୍ଣା ଷଡ଼ଙ୍ଗୀ,ସୁପରିନଟେଣ୍ଡେଣ୍ଟ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି, ଡାକ୍ତର ଅନ୍ତର‌୍ୟ୍ୟାମୀ ସାହୁ, ଡାକ୍ତର ବିକ୍ରମାନନ୍ଦ ମହାରଣା, ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର, ଡାକ୍ତର ବିଶ୍ବଜିତ ନାୟକ, ଡାକ୍ତର ସୌଭାଗ୍ୟ ରଞ୍ଜନ ସୁବୁଦ୍ଧି, ଡାକ୍ତର ପୁଲକ ରଞ୍ଜନ ମଲ୍ଲିକ, ଡାକ୍ତର ଆଦ୍ୟା ଅନିନ୍ଦିତା ଯୋଗ ଦେଇଥିଲେ । ଦିନ ୧୨ ଘଟିକା ସମୟରେ ଡ଼ୁବୁରୀ ସ୍ଥିତ ଟାଟାଷ୍ଟିଲ ମେଡିକା ଚିକିତ୍ସାଳୟ ପରିସରରେ ସୁପରିନଟେଣ୍ଡେଣ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ସୂତାର ଙ୍କ ନେତୃତ୍ବରେ ଆଉ ଏକ ପ୍ରତିବାଦ ବିକ୍ଷୋଭ ଆୟୋଜିତ ହୋଇଥିଲା ଏବଂ ଏଥିରେ ସଂଘର ସମ୍ପାଦକ ଡାକ୍ତର ଗୌରୀ ଶଙ୍କର ଷଡ଼ଙ୍ଗୀ, ଡାକ୍ତର ଜୟନ୍ତ ବୈଦ୍ୟ, ଡାକ୍ତର କୁନାଳ ଗୁପ୍ତା, ଡାକ୍ତର ସମ୍ବିତ ମହାପାତ୍ର ଡାକ୍ତର ସଂଜିତ ମିଶ୍ର, ଡାକ୍ତର ସାରସ୍ଵତ ମହାନ୍ତି, ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ, ଡ଼ାକ୍ତର ଦେବାଶିଷ ଦାସ, ଡାକ୍ତର ଦେବବ୍ରତ ସାହୁ, ଡାକ୍ତର ତପନ ସାହୁ ଓ ଡାକ୍ତର ଦେବାଶିଷ ଦାଶ  ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking