28.1 C
Bhubaneswar
Saturday, April 27, 2024
Homeଓଡିଶାଆହୁରି ୨ ମାସ ଉଡିବ ପିଆଜ ଦର

ଆହୁରି ୨ ମାସ ଉଡିବ ପିଆଜ ଦର

ଭୁବନେଶ୍ୱର: ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ପିଆଜ ଦର ପାଇଁ କେନ୍ଦ୍ର ଦାୟୀ ବୋଲି ଆରୋପ କରିଛନ୍ତି ଯୋଗାଣ ମନ୍ତ୍ରୀ । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ପିଆଜକୁ ବାଦ ଦେଇଦେଲେ । ଆଳୁ, ପିଆଜର ଷ୍ଟକ, ପରିବହନ ଯାଂଚ ନେଇ ଆମର ଅଧିକାର ଥିଲା । ନୂଆ କୃଷି ଆଇନ ପରେ ଆମର ସେ ଅଧିକାର ଆଉ ରହିଲାନି । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପଙ୍ଗୁ କରି ଦେଇଥିବା ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ପିଆଜ ଦର ଆକାଶଛୁଆଁ ହୋଇଛି । କେନ୍ଦ୍ର ସହ ପାଣିପାଗ ମଧ୍ୟ ପିଆଜ ଦର ବୃଦ୍ଧିର ପ୍ରମୁଖ କାରଣ । ପାଣିପାଗ ଯୋଗୁଁ ନୂଆ ପିଆଜ ଆମଦାନୀ ପ୍ରଭାବିତ ହୋଇଛି । ଆହୁରି ମାସେ ଦୁଇ ମାସ ପିଆଜ ଦର ବେକାବୁ ରହିବ ବୋଲି ସେ କହିଛନ୍ତି । କେବଳ ପିଆଜ ନୁହେଁ, ଆଳୁ, ଡାଲି, ତେଲ ଦର ବି ବଢିଛି । ଅଧିକାର ନଥିବା ସତ୍ତ୍ୱେ ଜିଲ୍ଲାପାଳମାନଙ୍କୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking