33.1 C
Bhubaneswar
Sunday, April 28, 2024
Homeଓଡିଶାଟିକା ନେବାର ଘଣ୍ଟାଏ ପରେ ଜଣେ ମୃତ

ଟିକା ନେବାର ଘଣ୍ଟାଏ ପରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟିକା ନେବାର ଘଣ୍ଟାଏ ପରେ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଘଟଣାସ୍ଥଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖାଦେଇଥିଲା । ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତଥା କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବରସାହି ପଞ୍ଚାୟତ ଅଫିସ୍ ପରିସରରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଏକ ଟିକାକରଣ କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ତଦନୁଯାୟୀ ଏହି କ୍ୟାମ୍ପରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ  ଟିକା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଖମାର ଗ୍ରାମର ଶରତ ଚନ୍ଦ୍ର ସେନାପତି (୫୮) ନାମକ ଜଣେ ବ୍ୟକ୍ତି ସେ  ପଞ୍ଜିକରଣ କରିବା ସହ ଶୁକ୍ରବାର ପ୍ରଥମ ଡୋଜ ଟିକା ନେଇଥିଲେ । ଟୀକା ନେବା ପରେ ସେ କ୍ୟାମ୍ପ ପରିସରରେ ପ୍ରାୟ ଅଧଘଣ୍ଟା ବିଶ୍ରାମ ନେଇଥିଲେ ।

ଏହାପରେ ସେ ସାଇକେଲ ଯୋଗେ ନିଜ ଘରକୁ ଯାଇଥିଲେ । ତେବେ ଘରେ ପହଞ୍ଚିଲା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।  ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ବୋଲି ପରିବାର ଲୋକେ କହିଛନ୍ତି । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ବାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଯାଇଥିଲା । ଖବରପାଇ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ କୁମାର ପାଣି, ଡାକ୍ତର ଆଶିଷ କୁମାର ଦାସ, ବିପିଏମ ସଞ୍ଜୟ କୁମାର ବେହେରା, ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ, ଛେଣ୍ଡିପଦା ଥାନାଅଧିକାରୀ ଜ୍ଞାନରଞ୍ଜନ ସାମଲ, ଡିଏସପି ସୁଶାନ୍ତ କୁମାର ସିଂହ ତଥା ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଏନେଇ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।

ଏଭଳି ଘଟଣା ସମ୍ପର୍କରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନୁଗୁଳ ଜିଲ୍ଲାପାଳଙ୍କ ସହିତ ସିଧାସଳଖ ବିଭାଗୀୟ ପଦାଧିକାରୀ ତଥା ପୁଲିସ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ମରଶରୀରକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏତଦବ୍ୟତୀତ କାହିଁକି ଏବଂ କେଉଁ କାରଣରୁ ଶରତଙ୍କ ମୃତ୍ୟୁ ହେଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking