31.1 C
Bhubaneswar
Monday, May 6, 2024
Homeଓଡିଶାପୂର୍ବଶତ୍ରୁତାକୁ ନେଇ ତୁମୁଳକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ୩ ଆହତ

ପୂର୍ବଶତ୍ରୁତାକୁ ନେଇ ତୁମୁଳକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ୩ ଆହତ

ବାଲେଶ୍ୱର: ବୈଶିଙ୍ଗା ଥାନା ଅଧୀନପଣସିଆ-ହେମପୁର ଛକ ରାସ୍ତା ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ ହୋଇଛି ଆକ୍ରମଣ । ଏଥିରେ ତିନିଜଣ ଆହତ ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ପୁଲିସର ତଦନ୍ତ ଭିତ୍ତିକ ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ସମୟରେ ଇଲେକ୍ଟ୍ରି ୱାୟାରିଂ କାମ ସାରି ଦୁଇଟି ବାଇକ ଯୋଗେ ହେମପୁର ଗ୍ରାମ ନିବାସୀ ଅରୂପ କୁମାର ଜେନା, ବିଶ୍ୱଜିତ ଜେନା, ସୁବାସ ଜେନା ଓ ରଣଜିତ କୁମାର ଜେନା ଘରକୁ ଫେରୁଥିଲେ । ଫେରୁଥିବା ସମୟରେ ପଣସିଆ ଛକରୁ ଅନତୀ ଦୂରରେ ପଣସିଆ ଗ୍ରାମ ନିବାସୀ ଲକ୍ଷ୍ମଣ ପରିଡା, ସୁଜିତ ସାହୁ ଓରଫ ତପୁ, ହିମାଂଶୁ କୁମାର ସେଠୀ ଓରଫ ହାତୀ, ଚନ୍ଦନ ବେହେରା, ଶଙ୍କୁରୁ ସେଠୀ, ଦାମ ସାହୁ ଓ କାଳିଆ ବେହେରା ପ୍ରମୁଖ ସାମ୍ନାପଟୁ ଗାଡି ଅଟକାଇ ହେମପୁର ଗ୍ରାମ ନିବାସୀ ଏହି ଚାରିଜଣ ବ୍ୟକ୍ତିଙ୍କୁ ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଗାଳିଗୁଲଜ କରିବା ସହିତ ଠେଙ୍ଗା, ଖଣ୍ଡା, ଲୁହାରଡ୍‌, ଇଟା, ଭଙ୍ଗାକାଚ ବୋତଲ ସହ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ହେମପୁର ଗ୍ରାମ ନିବାସୀ ଅରୁପ, ବିଶ୍ୱଜିତ, ସୁବାସ ଓ ରଣଜିତ ଗୁରୁତର ଆହତ ହୋଇପଡିଥିଲେ । ହିମାଂଶୁ କୁମାର ସେଠୀ ଓରଫ ହାତୀ ଏକ ବାଉଂଶ ଠେଙ୍ଗାରେ ବିଶ୍ୱଜିତ କୁମାର ଜେନାଙ୍କର ମୁଣ୍ଡରେ ଶକ୍ତ ପ୍ରହାରଟିଏ ମାରିଥିଲେ । ଫଳରେ ସେ ଗୁରୁତର ହୋଇ ପଡିଯାଇଥିଲେ । ଏହି ସମୟରେ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ୪ଜଣଙ୍କୁ ଉଦ୍ଧାରକରି ଡାକ୍ତରଖାନାକୁ ପଠାଇଥିଲେ । ଚାରିଜଣଙ୍କ ମଧ୍ୟରୁ ବିଶ୍ୱଜିତ ଜେନାଙ୍କୁ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଅଭିଯୋଗ ମୁତାବକ ଆକ୍ରମଣକାରୀମାନେ ବିଶ୍ୱଜିତ ଜେନାର ମୋବାଇଲ ଭାଙ୍ଗିବା ସହ ଏମାନଙ୍କ ଗାଡିରେ ଥିବା ସମସ୍ତ ୱାୟାରିଂ ସାମଗ୍ରୀ ଓ ଟଙ୍କା ଲୁଟି ନେଇଯାଇଛନ୍ତି । ଏହି ଘଟଣା ବାବଦରେ ବୈଶିଙ୍ଗା ଥାନାରେ ଆହତଙ୍କ ପକ୍ଷରୁ ଏକ ଏତଲା ଦିଆଯାଇଥିଲା । ଏତଲା ମୁତାବକ ଡିଏସ୍‌ପି ଲକ୍ଷ୍ମୀଧର ସ୍ୱାଇଁ ଏକ ମାମଲା ରୁଜୁକରି ତଦନ୍ତଭାର ଏଏସ୍‌ଆଇ ହରେନ୍ଦ୍ରନାଥ ନାଗରୀଙ୍କୁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking