28.1 C
Bhubaneswar
Thursday, March 28, 2024
Homeଓଡିଶାଦୋକାନ ବନ୍ଦକରିବା ବିଳମ୍ବ ହେବାରୁ ପିଟିଲା ପୁଲିସ, ଉତ୍ତେଜନା-ରାସ୍ତାରୋକ

ଦୋକାନ ବନ୍ଦକରିବା ବିଳମ୍ବ ହେବାରୁ ପିଟିଲା ପୁଲିସ, ଉତ୍ତେଜନା-ରାସ୍ତାରୋକ

ବାଲିଅନ୍ତା : କରୋନା କଟକଣା ଅନୁଯାୟୀ କେବଳ ଅତ୍ୟାବଶ୍ୟକ ଦୋକାନ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ରହିଛି । ହେଲେ ସୀମିତ ତଥା ନିର୍ଦ୍ଧାରିତ ସମୟରୁ ଟିକେ ଏପଟସେପଟ ହେଲେ ପୁଲିସିଆ ପାହାରରେ ଲହୁଲୁହାଣ ହେଉଛନ୍ତି ନିରୀହ ବ୍ୟବସାୟୀ । କେତେବେଳେ ଫାଇନ୍ ଗଣୁଛନ୍ତି ତ କେତେବେଳେ ଆକ୍ରମଣର ଶିକାର ହେଉଛନ୍ତି । ଆଜି ଏଭଳି ଘଟଣା ଘଟିଛି ବାଲିଅନ୍ତା ଅଞ୍ଚଳରେ । ଏହି ଥାନା ଅନ୍ତର୍ଗତ ସାଇଫନ୍ ଛକରେ ପୁଲିସ ମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣକ ବାଲିଅନ୍ତାର କୁନା ମଲ୍ଲିକ ବୋଲି ଜଣାପଡ଼ିଛି । ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ସ୍ଥାନଛାଡ଼ି ପଳାଇଥିଲା । ପରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ ।

ପ୍ରକାଶ ଯେ ବାଲିଅନ୍ତା ସାଇଫନ୍ ଛକରେ କୁନା ପରିବା ବ୍ୟବସାୟ କରନ୍ତି । ଦୋକାନ ବନ୍ଦ କରିବାକୁ ସାମାନ୍ୟ ବିଳମ୍ବ ହେବାରୁ ବାଲିଅନ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ବ୍ୟବସାୟୀଙ୍କୁ ତାଗିଦା କରିଥିଲା । ପରେ ପୁଲିସ ଏବଂ ବ୍ୟବସାୟୀ ମୁହାଁମୁହିଁ ହୋଇଥିଲେ। ଘଟଣାକୁ କେନ୍ଦ୍ର କରି ପୁଲିସ୍ କୁନାଙ୍କୁ ମାଡ଼ ମାରିଥିଲେ । ମାଡ଼ରେ ସେ ଗୁରୁତର ହେବା ସହ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରୁ ପୁଲିସ ଖସି ଚାଲି ଯାଇଥିଲା । ପଂଳରେ ସ୍ଥାନୀୟ ଗ୍ରାମବାସୀ ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହିତ ରାସ୍ତାରୋକ କରିଥିଲେ ।

ଦୀର୍ଘ ୨ଘଣ୍ଟା କାଳ ରାସ୍ତାରୋକ କରିଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ଅଧିକାରୀ ପହଞ୍ôଚନଥିଲେ । ଏ ନେଇ ଅଞ୍ଚଳର କିଛି ବରିଷ୍ଠ ନାଗରିକ ଘଟଣା ସମ୍ପର୍କରେ ଏସିପି ରଜତ କୁମାର ରାୟଙ୍କୁ ଅବଗତ କରାଇଥିଲେ । ବାଲିଅନ୍ତା ଥାନା ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାବେଳେ, ତାଙ୍କ ଦାୟିତ୍ୱରେ ଥିବା ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ୱାଳ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ôଚ ଆହତଙ୍କୁ ମେଡିକାଲକୁ ପଠାଇଥିଲେ । ଲୋକଙ୍କୁ ବୁଝାସୁଝା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking