28.1 C
Bhubaneswar
Saturday, April 27, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ସମ୍ବଲପୁର : ୫୩ ନମ୍ବର ଜାତୀୟ ରାଜପଥରେ ସମ୍ବଲପୁର ସହର ଉପକଣ୍ଠରେ ଲକ୍ଷ୍ମୀଡୁଙ୍ଗୁରିଠାରେ ମଙ୍ଗଳବାର ସକାଳେ ଏକ ଅଜଣାଗାଡ଼ି ଧକ୍କାରେ ହୃଦାନନ୍ଦ ପ୍ରଧାନ (୫୫)ଙ୍କ ମୃତ୍ୟୁ ହୋଇଛି । ନିକଟସ୍ଥ ବସ୍ତିବାସିନ୍ଦା ହୃଦାନନ୍ଦ ଶୌଚ ପାଇଁ ଯାଉଥିବା ବେଳେ କୌଣସି ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହୃଦାନନ୍ଦଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ କ୍ଷେତରାଜପୁର ଥାନା ଆଇଆଇସି ମମତା ନାୟକ ଲୋକଙ୍କୁ ବୁଝାସୁଝା କରିବା ସହ ଜିଲ୍ଲା ପ୍ରଶାସନ ସହ କଥାବାର୍ତା ହୋଇ ରେଡ଼କ୍ରସରୁ ୧୦ ହଜାର ଏବଂ ଜାତୀୟ ରାଜପଥର ପରିଚାଳନା ଠିକା ସଂସ୍ଥା ଅଶୋକା ବିଲ୍ଡକନ୍ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ଲୋକେ ରାସ୍ତା ଅବରୋଧରୁ ନିବୃତ ହୋଇଥିଲେ । ଏହାପରେ ପୁଲିସ ବ୍ୟବଚ୍ଛେଦ ପାଇଁ ଶବ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲା । ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking