29.1 C
Bhubaneswar
Saturday, April 27, 2024
Homeଅପରାଧଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ନାବାଳିକାକୁ କୁରାଢୀରେ ଆକ୍ରମଣ

ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ନାବାଳିକାକୁ କୁରାଢୀରେ ଆକ୍ରମଣ

ନୂଆଦିଲ୍ଲୀ:- ରାଜଧାନୀ ଦିଲ୍ଲୀରେ ଜଣେ ନାବାଳିକାକୁ ସାଂଘାତିକ ଭାବରେ ଆକ୍ରମଣ କରାଯାଇଛି । ଦକ୍ଷିଣ ମୋତି ବାଗ ଅଂଚ ଳରେ ଜଣେ ୧୬ ବର୍ଷର ନାବାଳିକା କୁ ଜଣେ ଯୁବକ କୁରାଢିରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡିଛି । ଆହତ ଝିଅକୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯାଇଛି । । ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଯୁବତୀ ଜଣକ ଏକାଦଶ ଶ୍ରେଣୀରେ ଛାତ୍ରୀ ଅଟେ । ପୋଲିସ ଏବଂ କ୍ରାଇମବ୍ରାଂଚ ଏହି ଘଟଣାରୁ ପ୍ରମାଣ ସଂଗ୍ରହରେ ବ୍ୟସ୍ତ ଅଛନ୍ତି । ଏହି ଅଂଚଳରୁ କର୍ଡନ କରି ମାଟିରୁ ରକ୍ତ ନମୁନା ମଧ୍ୟ ନିଆଯାଇଛି । ଏହା ସହିତ କୁରାଢି ମଧ୍ୟ ପୋଲିସ ଜବତ କରିଛି । ଏଥି ସହ ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ମଧ୍ୟ ଯାଂଚ୍ କରିଛି । ଏହି ପ୍ରସଙ୍ଗରେ ନାବାଳିକାର ସମ୍ପର୍କୀୟ କହିଛନ୍ତି ଯେ ଅପରାହ୍ନ ସାଢେ ଗୋଟେ ରେ ନାବାଳିକା ଜଣକ ଘରୁ ବଜାରକୁ ଯାଇଥିଲେ । ସେ କଲୋନୀରେ ଫାଟକ ନିକଟରେ ପହଞ୍ଚିବା ପରେ କେହି ଜଣେ ତାଙ୍କୁ ଆକ୍ରମଣ କରିଥିଲା ।
ସମ୍ପକୀୟମାନେ କହିଥିଲେ ଯେ ପ୍ରାୟ ୨ ମାସ ପୂର୍ବେ ପ୍ରବୀଣ ସେମାନଙ୍କ ଘରକୁ ଆସିଥିଲେ ଏବଂ ତାଙ୍କ ଜନ୍ମଦିନ ପୂର୍ବରୁ ସେ ଝିଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ତେବେ ସମ୍ପକୀୟମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ପ୍ରବୀଣଙ୍କ ବିରୋଧରେ କୌଣସି ଅଭିଯୋଗ କରିନାହାଁନ୍ତି । ଏହି ଘଟଣା ପରେ ପୋଲିସ ପ୍ରବୀଣଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ତାଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ।
ପୋଲିସ ର କହିବା ମୁତାବକ ଝିଅର ପିତା ଜଣେ ବିଦ୍ୟୁତ କର୍ମଚାରୀ । ପ୍ରବୀଣ ଓରଫ ପ୍ରଦୀପ ତାଙ୍କ ୱାଶିଂ ମେସିନ ମରାମତି କରିଥିଲେ । ତାପରେ ଝିଅର ବାପାଙ୍କ ମୋବାଇଲ୍ ନମ୍ବର ନେଇଥିଲା । ଯେତେବେଳେ ପ୍ରବୀନ ସେହି ନମ୍ବରକୁ କଲ୍ କରିଥିଲେ, ଝିଅଟି ଫୋନ୍ ଉଠାଇଥିଲା ଏବଂ ସେବେଠାରୁ ପ୍ରବୀଣ ସେ ଝିଅ ପଛରେ ପଡିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking