28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୃତ୍ୟୁ ପରେ କଣ ସତରେ ଥାଏ ଆଉ ଏକ ଦୁନିଆ; ପଢନ୍ତୁ ଏହି ରହସ୍ୟମୟ ପରଲୋକ...

ମୃତ୍ୟୁ ପରେ କଣ ସତରେ ଥାଏ ଆଉ ଏକ ଦୁନିଆ; ପଢନ୍ତୁ ଏହି ରହସ୍ୟମୟ ପରଲୋକ ବିଷୟରେ

ନୂଆଦିଲ୍ଲୀ: ସଂସାରରେ ମୃତ୍ୟୁ ନିଶ୍ଚିତ । ଯିଏ ବି ଜନ୍ମ ନେଇଛି, ତାର ମୃତ୍ୟୁ ହେବା ସୁନିଶ୍ଚିତ । ହେଲେ ସବୁବେଳେ ମନରେ ପ୍ରଶ୍ନ ଆସେ ଯେ, ମୃତୁୟ ପରେ ବାସ୍ତବରେ କଣ ହୁଏ । ଯଦି ଆତ୍ମା ଥାଏ, ତାହେଲେ କୁଆଡେ ଯାଏ । ମୃତ୍ୟୁ ପରେ ମଣିଷର ଶରୀର କାହିଁକି ଶିଥିଳ ହୋଇଯାଏ । ଏହା ଉପରେ ଅନେକ ଗବେଷଣା ହୋଇଛି ଓ ଏବେ ବି ଜାରି ରହିଛି । ପ୍ରକୃତିର କିଛି ସମାଧାନ ହୋଇପାରିନଥିବା ରହସ୍ୟ ଅଛି, ଯାହାର ସମାଧାନ କରିବା ଏବେ ବି ବାକି ଅଛି । ତା ମଧ୍ୟରୁ ଗୋଟିଏ ହେଲା ଆତ୍ମା ଓ ମୃତ୍ୟୁ ।
ତେବେ ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇ କହିଥିଲେ ଯେ, ଆତ୍ମା ଅମର କେବଳ ଶରୀର ବଦଳି ଥାଏ । ସେ କହିଥିଲେ ଆତ୍ମା ମାରି ଦିଆ ଯାଇପାରିବ ନାହିଁ । ଯେଉଁଭଳି ମନୁଶ୍ୟ ପୁରୁଣା କପଡା ବାହାର କରି ନୂଆ କପଡା ପରିଧାନ କରେ, ସେହି ଭଳି ଆତ୍ମା ବି ଏକ ସମୟବିଧି ପରେ ଏକ ନୂଆ ଶରୀର ଧାରଣ କରେ । ହେଲେ ନୂଆ ଶରୀର ଧାରଣ କରିବା ଅର୍ଥ ସବୁବେଳେ ମଣିଷର ଶରୀରରୁ ନୁହେଁ ।
କୌଣସି ମଣିଷର ମୃତ୍ୟୁ ପରେ ଉର୍ଜା, ଚେତନା କଣ ହୋଇଥାଏ । ଏମିତି କିଛି ପ୍ରଶ୍ନ ମନରେ ଆସେ । ବୈଜ୍ଞାନିକମାନେ ମୃତ୍ୟୁ ସହ ଜଡିତ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ସଫଳତା ମିଳିନାହିଁ । ଜୀବବିଜ୍ଞାନର ଅନେକ ରହସ୍ୟ ଉପରୁ ବିଜ୍ଞାନ ପରଦା ତ ଉଠାଇଛି, ହେଲେ ମୃତ୍ୟୁ ସହ ଜଡିତ ଅନେକ ରହସ୍ୟ ଅଛି, ଯାହା ଏବେ ବି ସମାଧାନ ହୋଇପାରିନାହିଁ ।
କୁହାଯା. ମୃତ୍ୟୁ ପରେ ପୁଣି ଥରେ ଜନ୍ମ ନେବାକୁ ଅନେକ ବର୍ଷ ଲାଗି ଯାଏ ଓ କେବେ କେବେ ତୁରନ୍ତ ନୂଆ ଜନ୍ମ ହୋଇଥାଏ । ମଣିଷ କର୍ମ ଫଳ ଭୋଗିବା ପାଇଁ ନୂଆ ଶରୀରର ଅପେକ୍ଷା ରହିଥାଏ । ସେ ପର୍ପ୍ୟନ୍ତ ଆତ୍ମା ନିଷ୍କ୍ରିୟ ରହିଥାଏ । ମଣିଷର କର୍ମ ଓ ସଂସ୍କାର ହିସାବରେ ନୂଆ ଜନ୍ମ ମିଳିଥାଏ । ମୃତ୍ୟୁ ସମୟରେ ମନୁଷ୍ୟରମନୁଷ୍ୟର ମନ ଯେମିତି ହୋଇଥାଏ ସେହି ପ୍ରକାରେ ତାକୁ ଯୋନି ମିଳିଥାଏ । ଧାର୍ମିକ ମାନ୍ୟତା ଅନୁସାରେ, ଦୁଇ ପ୍ରକାରର ଯୋନି ରହିଥାଏ । ପ୍ରଥମଟି ହେଲା ପିତୃ ଯୋନି ଓ ଦ୍ୱିତୀୟଟି ହେଲା ପ୍ରେତ ଯୋନୀ । ପିତୃ ଯୋନିରେ ଗନ୍ଧର୍ବ, ଯକ୍ଷ ଓ ସିଦ୍ଧ ଥାଏ । ଯେଉଁଥିରେ ସିଦ୍ଧ ଯୋନୀ ସର୍ବଶ୍ରେଷ୍ଠ ବୋଲି ଧରାଯାଏ ।  ଏବେ ଏହା ରହସ୍ୟ ହୋଇ ରହିଛି ଯେ, ମୃତ୍ୟୁ ପରେ ଜୀବନ ଅଛି ନା ନାହିଁ । ଏମିତି କୌଣସି ସାକ୍ଷ୍ୟ ନାହିଁ ଯେଉଁଥିରେ ଜଣାପଡିପାରିବ ମୃତ୍ୟୁ ପରେ ଜୀବନ ଅଛି । ଅନେକ ସମୟରେ ଆପଣମାନେ ଶୁଣିଥିବେ ଯେ, ମୃତ୍ୟୁ ପୂର୍ବରୁ ଅଜବ ଅଜବ ସ୍ୱପ୍ନ ଆସିଥାଏ । ଏକ ରିପୋର୍ଟରେ କୁହାଯାଇଛି ଯେ, ଯେଉଁମାନଙ୍କର ମୃତ୍ୟୁ ସମୟ ପାଖେଇ ପାକେଇ ଆସେ, ତାଙ୍କ ଶରୀରରେ ଉତ୍ତେଜନା ପ୍ରଣାଳୀ ସକ୍ରିୟ ହୋଇଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking