28.1 C
Bhubaneswar
Saturday, April 27, 2024
Homeଓଡିଶାନ୍ୟାୟ ନପାଇ ଧାରଣା ଦେଲେ ବୃଦ୍ଧ ଦମ୍ପତି

ନ୍ୟାୟ ନପାଇ ଧାରଣା ଦେଲେ ବୃଦ୍ଧ ଦମ୍ପତି

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ ଜମରା ପଞ୍ଚାୟତ ଆଜ୍ଞାପୁର ଗ୍ରାମର ବୃଦ୍ଧ ଦମ୍ପତି ନ୍ୟାୟ ନପାଇ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗ୍ରାମର ବାବାଜି ଚରଣ ଜେନା (୮୪) ଓ ତାଙ୍କ ପତ୍ନୀ ଗୋଲଖ ଜେନା (୭୦) ଅତ୍ୟନ୍ତ ଅସହାୟ ଭାବେ କାଳ କାଟୁଛନ୍ତି । ସେମାନଙ୍କର ୭ଜଣ କନ୍ୟା ଥିଲାବେଳେ ସମସ୍ତେ ବିବାହ କରିସାରିଛନ୍ତି । ବୟସର ଶେଷ ପାହାଚରେ ପହଞ୍ଚିଥିଲେ ସାହାରା ହେବାକୁ ପାଖରେ କେହି ନାହାନ୍ତି । ଅନ୍ୟପକ୍ଷରେ ଗ୍ରାମର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଏହି ଦମ୍ପତିଙ୍କୁ ନାନାପ୍ରକାର ହଇରାଣ ହରକତ କରିବା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ କରୁଥିବା ବାବାଜୀ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତାଙ୍କ ଘର ନିକଟରେ ଥିବା ଏକ ବିରାଟ ଚାକୁଣ୍ଡା ଗଛ ଗତ ସାମୁଦ୍ରିକ ବାତ୍ୟା ଫାନିରେ ଭାଙ୍ଗି ତାଙ୍କ ଘର ଉପରେ ପଡ଼ିଥିଲା । ଫଳରେ ବୃଦ୍ଧ ଦମ୍ପତି ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ । ତାଙ୍କ ଘରର ବହୁ ଅଂଶ ଭାଙ୍ଗିଯାଇଥିଲା । ଏ ସମ୍ପର୍କରେ ଶ୍ର୍ରୀ ଜେନା କଟକ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଥିଲା ।
ତାଙ୍କ ଘର ଉପରେ ବିପଦସଂକୁଳ ଅବସ୍ଥାରେ ଥିବା ଏହି ଚାକୁଣ୍ଡା ଗଛକୁ ଅପସାରଣ ନିମନ୍ତେ ନିଶ୍ଚିନ୍ତକୋଇଲି ତହସିଲଦାର ଫେବୃୟାରୀ ୨୬ତାରିଖକୁ ଦିନଧାର୍ଯ୍ୟ କରିଥିଲେ । ମାତ୍ର ଏହି ଦିନ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ସମ୍ପୃକ୍ତ ଦମ୍ପତି ନ୍ୟାୟ ପାଇନପାରି ଚରମ ହଟହଟାର ସମ୍ମୁଖୀନ ହୋଇଥିଲେ । ନ୍ୟାୟ ପାଇବା ନିମନ୍ତେ ବୃଦ୍ଧ ବାବାଜି ବାରମ୍ବାର ତହସିଲଦାରଙ୍କୁ ଫେରାଦ ହେଉଥିଲେ ବି କୌଣସି ନ୍ୟାୟ ପାଉନାହାନ୍ତି । ତେଣୁ ଏହି ବୃଦ୍ଧ ଦମ୍ପତି ମଙ୍ଗଳବାର ଦୀର୍ଘ ସମୟ ଧରି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ ତହସିଲଦାର କୌଣସି ପଦକ୍ଷେପ ନେଇନଥିବା ସେମାନେ କ୍ଷୋଭର ସହ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking