28.1 C
Bhubaneswar
Saturday, May 11, 2024
Homeଓଡିଶାବିଳମ୍ବ ହେବ ଓଜେଇଇ କାଉନସେଲିଂ

ବିଳମ୍ବ ହେବ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେବ । ବିଭିନ୍ନ ବିଶ୍ୱବିଦ୍ୟାଳୟ, ବୋର୍ଡ ଏବଂ କାଉନସିଲ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇନଥିବା ବେଳେ ଏଆଇସିଟିଇ ମଧ୍ୟ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କୁ ଅନୁମୋଦନ ପ୍ରଦାନ କରିନାହିଁ । ତେଣୁ କାଉନସେଲିଂ ପ୍ରକ୍ରୀୟା ଲାଗି ଆଉ କିଛି ଦିନ ସମୟ ଲାଗିବ ବୋଲି ଓଜେଇଇ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଅଗଷ୍ଟ ୧୦ ତାରିଖ ଠାରୁ କାଉନସେଲିଂ ଆରମ୍ଭ କରିବା ପାଇଁ ଓଜେଇଇ ଘୋଷଣା କରିଥିବାବେଳେ ଏବେ ଏହି ପ୍ରକ୍ରିୟା ବିଳମ୍ବ ହେବ ବୋଲି ଦର୍ଶାଯାଇଛି । ତେବେ ସେପ୍ଟେମ୍ବରରେ କାଉନସେଲିଂ ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଓଜେଇଇ ଓ ଜେଇଇ ମେନ ପରୀକ୍ଷା ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବାକୁ ଚାହୁଁଛନ୍ତି ସେମାନଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking