39.2 C
Bhubaneswar
Thursday, April 18, 2024
Homeଅପରାଧସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଲୁଟୁଥିଲେ: ସାଇବର ପୁଲିସ ପଞ୍ଝାରେ ନାଇଜେରିଆ ଠକ

ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଲୁଟୁଥିଲେ: ସାଇବର ପୁଲିସ ପଞ୍ଝାରେ ନାଇଜେରିଆ ଠକ

ଭୁବନେଶ୍ୱର : ସାଇବର ପୁଲିସ ପଞ୍ଝାରେ ନାଇଜେରିଆ ସାଇବର ଠକ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ ବନ୍ଧୁତା କରି ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା । ଦିନକୁ ପ୍ରାୟ ୧୦୦ ଜଣଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ଟଙ୍କା । ସାଇବର ଥାନାରେ ଅଭିଯୋଗର ତିନି ମାସ ପରେ ନାଇଜେରିଆ ନାଗରିକ ସାମସନ ଏମିକେ ଏଲିକାଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ବାଲେଶ୍ୱର ସହରର ବାଲିଆ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏମିତି ଠକାମୀର ଶିକାର ହୋଇଥିଲେ । ଏନେଇ ସେ ସାଇବ ଥାନାରେ ଗତ ଏପ୍ରିଲ ମାସ ୧୩ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଏକ ଭାରତୀୟ ନମ୍ବର ମିଳିବା ପରେ ସାଇବର ପୁଲିସ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ।

ସେଠାରେ ଜଣେ ନାଇଜେରିଆ ନାଗରିକ ସାମସନ ଏମିକେ ଏଲିକାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଦୁଇଟି ମୋବାଇଲ୍‌, ଗୋଟିଏ ଲାପଟପ୍‌, ଅବଧି ସରିଥିବା ପାସପୋର୍ଟ ଆଦି ଜବତ କରାଯାଇଛି । ଏହାସହ ଉକ୍ତ ବ୍ୟକ୍ତିଙ୍କ ୩ଟି ଆକାଉଣ୍ଟ ଫ୍ରିଜ କରାଯାଇଛି। ଯେଉଁଥିରେ ୬ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି । ପ୍ରକାଶ ଯେ ଠକଙ୍କ ଲୁଟଇବାର ତରିକା ଥିଲା ଭିନ୍ନ । ପ୍ରଥମେ ଫେସବୁକ ଜରିଆରେ ବନ୍ଧୁତା ସ୍ଥାପନ କରି ହ୍ୱାଟ୍ସଆପ ନମ୍ବର ମାଗୁଥିଲେ ସାଇବର ଠକ । ଏହାପରେ ନମ୍ବର ପାଇବା ପରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଚାଟିଂ କରୁଥିଲେ । ଏମିତିକି ଲଣ୍ଡନରୁ ବନ୍ଧୁଙ୍କ ପାଇଁ ଦାମୀ ଜିନିଷ ଆଦି ପଠାଇବାର ପ୍ରତିଶ୍ରୁତି ଦେଉଥିଲେ। କିଛିଦିନ ମଧ୍ୟରେ ପୁଣି ଫୋନ୍ କରି ସାମଗ୍ରୀ ଦିଲ୍ଲୀ ଏୟାରପୋର୍ଟରେ ଅଛି ଏବଂ ଠକମାନେ ନିଜକୁ ମହିଳା କଷ୍ଟମ ଅଫିସର ପରିଚୟ ଦେଇ କଷ୍ଟମ ଚାର୍ଜ ଦେବା ପାଇଁ କହୁଥିଲେ । ବାଲେଶ୍ୱରର ବ୍ୟକ୍ତି ଜଣଙ୍କ ତାଙ୍କ କଥାରେ ରାଜି ହୋଇ ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟକୁ ସମୁଦାୟ ୩୦ ଲକ୍ଷ ଟଙ୍କା ଦେବାପରେ ନିଜେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।

ଏହାପରେ ସେ ସାଇବର ଥାନାରେ ଗତ ଅପ୍ରେଲ ମାସ ୧୩ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୁଲିସ ତଦନ୍ତ ଆରମ୍ଭ କରି ଆଜି ଉପରୋକ୍ତ ନାଇଜେରିଆ ନାଗରିକଙ୍କୁ ଗିରଫ କରିଛି । ସମ୍ପୃକ୍ତ ନାଇଜେରିଆ ବ୍ୟକ୍ତି ଜଣଙ୍କ ଦିଲ୍ଲୀରେ ପ୍ରାୟ ୮ ବର୍ଷ ହେବ ରହୁଥିବାବେଳେ, ଅନ୍ୟ କାହା ଇସାରାରେ ଲୋକଙ୍କୁ ଫୋନ କରୁଥିଲେ ଏବଂ ଠକୁଥିଲେ ଏ ବିଷୟରେ ସେ ଅଧିକ କିଛି ଜାଣିନଥିବା କହିଛନ୍ତି । ଏହି ଘଟଣାରେ ନାଇଜେରିଆ ବ୍ୟକ୍ତିଙ୍କ ସହ କିଛି ଭାରତୀୟ ମଧ୍ୟ ସାମିଲ ଥିବା ପୁଲିସ ସନ୍ଦେହ କରିଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking