29.1 C
Bhubaneswar
Saturday, April 27, 2024
Homeଓଡିଶାଖାଇବା ତେଲ ଦର ଆକାଶ ଛୁଆଁ: ସ୍ୱଳ୍ପ ଦରରେ ମିଳୁଥିବା ଟୋଲା ତେଲର ଚାହିଦା ବଢିବାରେ...

ଖାଇବା ତେଲ ଦର ଆକାଶ ଛୁଆଁ: ସ୍ୱଳ୍ପ ଦରରେ ମିଳୁଥିବା ଟୋଲା ତେଲର ଚାହିଦା ବଢିବାରେ ଲାଗିଛି

ମାଲକାନଗିରି : ଏବେ ଦେଶରେ ପେଟ୍ରୋଲ ଡିଜେଲ୍ ସହିତ ଖାଇବା ତୈଳ ଦର ମଧ୍ୟ ଦିନକୁ ନିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବେଶି ପ୍ରଭାବିତ ହୋଇଛନ୍ତି ନିମ୍ନ, ମଧ୍ୟବିତ ପରିବାର ବର୍ଗର ଲୋକମାନେ । ଯାହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି, ଏହି ପରିବାରର ହାଣ୍ଡିଶାଳରେ । ତେବେ ଏଭଳି ସ୍ଥିତିରେ ରୋଷେଇ ଗୃହରେ ବ୍ୟବହାର ପାଇଁ କେବଳ ଦୋକାନରେ ବିକ୍ରି ହେଉଥିବା ତେଲ ଉପରେ ନିର୍ଭର ନ କରି ଏହାର ବିକଳ୍ପ ବ୍ୟବସ୍ଥାକୁ ଆପଣାଇଛନ୍ତି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ଅନେକ ଅଧିବାସୀ । ଦଶନ୍ଧି ଦଶନ୍ଧି ଧରୀ ପାରମ୍ପାରିକ ଟୋଲା ତେଲକୁ ବର୍ତମାନ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଛନ୍ତି ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ପରିବାର । ବର୍ତମାଇ ଖାଇବା ତେଲର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି । ବର୍ଷକ ମଧ୍ୟରେ ତେଲର ଦର ୧୨୦ ପ୍ରତିଶତ ବଢିଥିବା ବେଳେ ସୋରିଷ ତେଲ ଲିଟର ପିଛା ୨୦୦ କୁ ଛୁଇଁଛି । ଏହା ସହ ଅନ୍ୟାନ୍ୟ ଖାଇବା ତେଲର ଦର ମଧ୍ୟ ୧୫୦ ରୁ ଉର୍ଦ୍ଧ ପାର ହେଲାଣି । ଯାହାକି ଗରିବ ଓ ମଧ୍ୟବିତଙ୍କ ଚିନ୍ତା ବଢାଉଛି । ରୋଷେଇ ଶାଳରେ ତେଲ ନାହିଁତ ରୋଷେଇ ବି ବନ୍ଦ । ଏଭଳି ସ୍ଥିତିରେ ମାଲକାନଗିିରି ଜିଲ୍ଲାରେ ଅନେକ ଗ୍ରାମର ଲୋକ ଖାଇବା ତେଲର ବିକଳ୍ପ ଭାବେ ଟୋଲା ତେଲକୁ ଆପଣେଇଥିବା ଦେଖିବାକୁ ମିଳିଛି । ଜଙ୍ଗଲ ଜାତ ଟୋଲା ଫଳରୁ ପ୍ରସ୍ତୁତ ହେଉଛି ଟୋଲା ତେଲ । ଯାହା କେବଳ କମ୍ ଦରରେ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ବୋଲି ଅନେକ ମତପୋଷଣ କରିଛନ୍ତି । ଖାଇବା ତେଲର ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହା ଏବେ ଫଳପ୍ରଦ ହୋଇଛି ଅନେକ ଗରିବ ତଥା ମଧ୍ୟମ ଶ୍ରେଣୀର ଆଦିବାସୀ ମାନଙ୍କ ପାଇଁ । ବିଶେଷ କରି ଆଜିକାଲି ବଜାରରେ ୧୫୦ ରୁ ୨୦୦ ଟଙ୍କା ଖାଇବା ତେଲ ଦର ରହିଥିବାରୁ ଏହା କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହେଉ ନାହିଁ । ତେଣୁ କରୋନା ମହାମାରୀର ଘଡିସନ୍ଧି ସମୟରେ ଆଦିବାସୀ ଶ୍ରେଣୀର ଲୋକେ ଏବଂ ନିମ୍ନ ବର୍ଗର ଲୋକଙ୍କ ପାଇଁ ଏହି ତେଲ ସାହା ଭରଷା ପାଲଟିଛି । ଟୋଲା କିଲୋ ପ୍ରତି କେବଳ ୩ ଟଙ୍କା ଥିବା ବେଳେ ଏକ କିଲୋ ଟୋଲାରୁ ମିଳୁଛି ପ୍ରାୟ ୨୫୦ ଗ୍ରାମ ଟୋଲା ତେଲ ଉପବାଦନ ହେଉଛି ଏବଂ ୧୨ ରୁ ୧୫ ଟଙ୍କା ଭିତରେ ଏକ ଲିଟର ଖାଇବା ଟୋଲା ତେଲ ମିଳୁଛି । ତେଣୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକେ ବର୍ତମାନ ନିଜ ପାରମ୍ପାରିକ ତେଲ ବ୍ୟବହାର କରି ବ୍ୟୟ ବହୁଳ ଖର୍ଚ୍ଚରୁ ରକ୍ଷା ପାଇଥିବା ପ୍ରକାଶ କରିଛନ୍ତି । ଏମ।।ନେ ଖରା ଦିନେ ମହୁଲ ଗଛରୁ ଟୋଲା ସଂଗ୍ରହ କରିଥାନ୍ତି । ଯାହାକୁ ସଂଗ୍ରହ କରିବା ପରେ ଫଟେଇ ଶୁଖେଇ ଦେଇଥାନ୍ତି । ଆଉ ଖରାରେ ଶୁଖିବା ପରେ ନିକଟସ୍ଥ ମିଲ୍‌ରେ ନେଇ ମିଲିଙ୍ଗ କରିଥାନ୍ତି କିମ୍ବା ନିଜ ଘରେ ତେଲ ବାହାର କରିଥାନ୍ତି । ତେଲକୁ ସ୍ୱାଦିଷ୍ଟ ଓ ପତଳା କରିବା ପାଇଁ ସୋରିଷ ସହ କିଛି ଜଙ୍ଗଲ ଜାତ ଦ୍ରବ୍ୟ ବ୍ୟବହାର କରୁଥିବା ମିଲ ଚାଳକ ମହେଶ୍ୱର ନାଏକ ପ୍ରକାଶ କରିଛନ୍ତି । ଏହି ତେଲର ଔଷଧ ଗୁଣ ମଧ୍ୟ ରହିଛି ଯାହା ଦେହରେ ଓ ଚୁଟିରେ ଲଗାଇବା ପାଇଁ ମଧ୍ୟ ସ୍ଥାନୀୟ ଆଦିବାସୀ ମାନେ ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ ଟୋଲା ଓ ତେଲ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତ ଏହି ଜିଲ୍ଲାର ଅଧିବାସୀ । ମିଲିଂ କରୁଥିବା ମାଲିକମାନେ ମଧ୍ୟ ଗ୍ରାହକ ମାନଙ୍କଠୁ କମ୍ ପଇସା ନେଇଥାନ୍ତି । କାରଣ ଟୋଲାରୁ ତେଲ ବାହାର କରିବା ପରେ ନିର୍ଗତ ହେଉଥିବା ଅଦରକାରୀ ଜିନିଷ ବାହାର ରାଜ୍ୟକୁ ନେଇ ମିଲ ମାଲିକମାନେ ବିକ୍ରି କରିଥାନ୍ତି । ଯାହା ସାବୁନ ଓ ମାଛ ପାଇଁ ଆହାର ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ । ତେଣୁ ବର୍ତମାନ ସମୟରେ ମିଲ୍ ମାଲିକ ଓ ଟୋଲା ଗୋଟାଳିଙ୍କ ପାଇଁ ଭଲ ଦୁଇ ପଇସା ରୋଜଗାର କରିବା ସୁଯୋଗ ଆଣିଛି ଏହି ଟୋଲା । ତେବେ କେବଳ ଖଇରପୁଟ ବ୍ଲକର ଶିରିପେଟା ଗ୍ରାମ ନୁହେଁ ବରଂ ଏଭଳି ଅନେକ ଗ୍ରାମବାସୀ ବର୍ତମାନ ଏହି ଟୋଲା ତେଲର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ସରକାରୀ ସ୍ତରରେ ଏହାକୁ ପ୍ରତ୍ସୋହନ ପ୍ରଦାନ କଲେ ବହୁ ଆଦିବାସୀ ପରିବାର ଆତ୍ମନିର୍ଭରଣୀଳ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking