40.1 C
Bhubaneswar
Thursday, April 25, 2024
Homeଓଡିଶାଲକ୍‌ଡାଉନ୍‌ରେ କାର୍ ଭିତରେ ପ୍ରେମିକ-ପ୍ରେମିକା ରୋମାନ୍ସ 

ଲକ୍‌ଡାଉନ୍‌ରେ କାର୍ ଭିତରେ ପ୍ରେମିକ-ପ୍ରେମିକା ରୋମାନ୍ସ 

ଭୁବନେଶ୍ୱର : ଲକ୍‌ଡାଉନ୍ କଟକଣା ପ୍ରେମୀଯୁଗଳଙ୍କୁ ଅଧିକ ପ୍ରଭାବିତ କରିଛି । ପାର୍କ, ସିନେମା ହଲ୍ ତଥା ଅନ୍ୟ ସମସ୍ତ ଚିତ୍ତବିନୋଦନ ସ୍ଥାନରେ କଟକଣା ଥିବାରୁ ନିଛାଟିଆ ଜାଗା ଦେଖି କାର୍ ଭିତରେ ରୋମାନ୍ସ କରୁଛନ୍ତି ପ୍ରେମିକ-ପ୍ରେମିକା । ଆଜି ଅପରାହ୍ଣରେ ଇନ୍ଦିରାଗାନ୍ଧୀ ପାର୍କ ପଛରେ ଏମିତି ରୋମାନ୍ସ ଚାଲିଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି ପ୍ରେମୀଯୁଗଳ । କ୍ୟାପିଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିଛି । ସୂଚନା ଅନୁଯାୟୀ, ଇଡିକଲ୍ ଅଡିଟୋରିୟମ ସାମ୍ନାରେ ଏକ କାର୍ ଛିଡ଼ା ହୋଇଥିଲା । ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ସ୍କୁଟିରେ ଜଣେ ଯୁବତୀ ପହଞ୍ଚିଲେ । କିଛି ସମୟ ଏପଟସେପଟ ଚାହିଁବା ପରେ ଯୁବତୀ ଜଣକ କାର୍ ଭିତରେ ପଶିଗଲେ । ଭିତରେ ଉଭୟଙ୍କ ରୋମାନ୍ସ ଚାଲିଥିବାବେଳେ ଏହି ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କ ଆଖିରେ ପଡ଼ିଥିଲା । ସେମାନଙ୍କ ଭିତରୁ କେହି ଜଣେ ଏ ନେଇ ପୁଲିସକୁ ଖବର ଦେଇ ଦେଇଥିଲା । ପୁଲିସ ପହଞ୍ଚି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିବା ପରେ ସେମାନେ ‘ଜରିମାନା କାହିଁକି ଦେବୁ’ ବୋଲି କିଛି ସମୟ ପୁଲିସ ସହ ଯୁକ୍ତି ମଧ୍ୟ କରିଥିଲେ । ପରେ ମାସ୍କ ପିନ୍ଧି ନ ଥିବାରୁ ପୁଲିସ ସେମାନଙ୍କଠାରୁ ଜରିମାନା ଆଦାୟ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ନିକଟରେ ପଟିଆ ଅଞ୍ଚଳରେ ଏକ କାର୍ ଭିତରେ ରୋମାନ୍ସ ଚାଲିଥିବା ବେଳେ ପୁଲିସ ଜଣେ ଆଲବମ୍ ଅଭିନେତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁ ସହ ଧରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking