29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଅଫ ଲାଇନରେ ହୋଇପାରିବ ପଞ୍ଜିକରଣ

ଅଫ ଲାଇନରେ ହୋଇପାରିବ ପଞ୍ଜିକରଣ

ଭୁବନେଶ୍ୱର: କରୋନା ଟିକା ନେବା ପାଇଁ ଆବଶ୍ୟକୀୟ ପଞ୍ଜିକରଣ ଅଫ ଲାଇନ ମୋଡରେ ବି ହୋଇପାରିବ । ଏଥି ପାଇଁ ବୟସ୍କ ବ୍ୟକ୍ତିଙ୍କୁ ଆଶ୍ବସ୍ତି ମିଳିଛି । ବୟସ୍କଙ୍କ ଟିକାକରଣ ଲାଗି ଅଫଲାଇନ୍‌ରେ ବି ହୋଇପାରିବ ପଞ୍ଜୀକରଣ । ଅଫଲାଇନ୍‌ରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ଓ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । ଅନ୍ୟପଟେ , ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ପଞ୍ଜିକରଣ ହୋଇପାରିବ । ଲୋକମାନେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ । ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ACS ପ୍ରଦୀପ୍ତ କୁମାର ମହାପାତ୍ର । ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ACS । ଆଜି ଅନଲାଇନ୍ ପଞ୍ଜୀକରଣ ବେଳେ କେତେକ ସ୍ଥାନରେ ସମସ୍ୟା ଦେଖାଦେଇଥିଲା। ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ଟିକାକରଣ କେନ୍ଦ୍ରରେ ୱେବସାଇଟରେ LINK କାମ କରୁନଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ବହୁତ ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କିଛି ବରିଷ୍ଠ ନାଗରିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking