30.1 C
Bhubaneswar
Monday, May 20, 2024
Homeଓଡିଶାଦଶମ ତମ. ନେତାଜୀ କପ କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପନ

ଦଶମ ତମ. ନେତାଜୀ କପ କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପନ

 

 ଯାଜପୁର : ଜିଲ୍ଲାର ବ୍ୟାସନଗର ସ୍ଥିତ ରାଜୀବଗାନ୍ଧୀ ଷ୍ଟାଡିଅମ ଠାରେ ଉମାପଦା ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦଶମ ତମ. ନେତାଜୀ କପ କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି ! ଆଜି ବ୍ୟାସନଗରର ଦୁଇ ଦକ୍ଷ କ୍ରିକେଟ ଟିମ ନଟରାଜ ଇଲେଭେନ ଏବଂ କଳିଙ୍ଗନଗର ସ୍ପୋର୍ଟ୍ସ ଏକାଡେମୀ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ପ୍ରଥମତଃ ନଟରାଜ ଟିମ ଟସ ଜିତି ବ୍ୟାଟିଂର ନିଷ୍ପତିନେଇ କୋଡିଏ ଓଭରରେ ଶହେ ତେତିଶ ରନ ସଂଗ୍ରହ କରି ଅଲଆଉଟ ହୋଇଥିବାବେଳେ ବିପକ୍ଷରେ କଳିଙ୍ଗନଗର ସ୍ପୋର୍ଟ୍ସ ଏକାଡେମୀ ୧୩୪ ରନ ସଂଗ୍ରହ କରି ଚମ୍ପିୟାନ ହେଇଥିଲା ! ପବିତ୍ର ମଲିକ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ଏସ.କେ ସାବୁଧୀନ ମ୍ୟାନ ଅଫ ଦି ସିରିଜ ହୋଇଥିଲେ ! ଏହି ଖେଳ ଦୀର୍ଘ ୭ ଦିନଧରି ଚାଲୁରହିଥିଲା ବେଳେ ଆଜିର ଉଜ୍ଜାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ବରିଷ୍ଠ ସାମ୍ବାଦିକଅଭିମନ୍ୟୁ ମିଶ୍ର ଓଏନ ଅଭୟ ପତି,ଓଟିଭି ଅନୁପ ସାହୁ ଓ ଦିଲୀପ ନାୟକ ପ୍ରମୁଖ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ ! ଏହି ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ,ଅଭିମନ୍ୟୁ ମିଶ୍ର ଅଭୟ ପତି ଓ ସମାଜସେବୀ ଓ କ୍ରୀଡାବିତ ମାନଙ୍କୁ ସମ୍ବର୍ଦ୍ଧନା କରାରାଜେନ୍ଦ୍ର ବିଶ୍ୱାଳ ଯାଇଥିଲା ! ମୁଖ୍ୟ ଆୟୋଜକ ଭାବେ ଉମାପଦା ରାଇଜିଙ୍ଗ ଇଲେଭେନ ଷ୍ଟାର କ୍ରିକେଟ କ୍ଲବର ସହସଂପାଦକ ପଦ୍ମଲୋଚନ ନାୟକଙ୍କ ତତ୍ୱାବଧାନରେ ଟୁର୍ନାମେଣ୍ଟଟି ପରିଚାଳିତ ହୋଇଥିବାବେଳେ କ୍ଲବର ସମସ୍ତ କାର୍ଯ୍ୟକର୍ତାଙ୍କ ସହଯୋଗ ରହିଥିଲା ! ଓ଼ମ୍ପେୟର ଭାବେ ମୋହନ ସାମଲ ଓ ଅଭିମନ୍ୟୁ ସେଠି ଖେଳ ପରିଚାଳନା କରିଥିଲେ !

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking