27.1 C
Bhubaneswar
Tuesday, May 7, 2024
Homeଓଡିଶାକୋଏମ୍ବାଟୁର ରୁ କଳାହାଣ୍ଡି ଫେରିଲା ଗଜେନ୍ଦଙ୍କ୍ର ଶବ

କୋଏମ୍ବାଟୁର ରୁ କଳାହାଣ୍ଡି ଫେରିଲା ଗଜେନ୍ଦଙ୍କ୍ର ଶବ

 “ଓଡିଶା -ମୋ ପରିବାର’ର ସହଯୋଗ ଯୋଗୁ ସମ୍ଭବ ହେଲା
ଭବାନୀପାଟଣା/ ଭୁବନେଶ୍ୱର : ତାମିଲନାଡରୁ କୋଏମ୍ବାଟୁର ସହରରେ ମୃତ୍ୟୁ ବରଣ
କରିଥିବା କଳାହାଣ୍ଡିର ଯବୁ କ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଫେରିପାଇଛନ୍ତି ତାଙ୍କ ପରିବାର ଲୋକ । “ଓଡ଼ିଶା-ମୋ
ପରିବାର” ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଜି ଭୋର ୩ଟାରେ ଶବ ଗାଁରେ ପହଞ୍ଚବି । ପରେ ସଂସ୍କାର
କରାଯାଇଛି ।
ଘଟଣାରୁ ପ୍ରକାଶ ଯେ କୋଏମ୍ବାଟୁର ସହରରେ ଥିବା ଏକ ଚା’ କମ୍ପାନୀରେ ଗଜେନ୍ଦ୍ର ଶ୍ରମିକ ଭାବେ କାର୍ଯ୍ୟ
କରୁଥିଲେ । ଗତ ସୋମବାର ଦିନ ସେ କାମ କରୁଥିବା ଅବସ୍ଥାରେ ହୃଦ୍‌ଘାତର ଶିକାର ହୋଇଥିଲେ । ହସ୍ପିଟାଲ୍ ନେବା
ବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗଜେନ୍ଦ୍ରଙ୍କର ମୃତ୍ୟୁ ଖବର କଳାହାଣ୍ଡିରେ ଥିବା ତାଙ୍କ ପରିବାର ଲୋକ
ପାଇବା ପରେ ସେମାନଙ୍କ ମଣ୍ଡୁ ଉପରେ ଚଡ଼କ ପଡ଼ିଥିଲା । ଗୋଟିଏ ପଟେ ରୋଜଗାରିଆ ପୁଅକୁ ହରାଇବାର ଦୁଃଖ
ଅନ୍ୟପଟେ ଶବ ଘରକୁ ଆଣିବାର ଅସାମର୍ଥ୍ୟତା, ଏହି ଅସହାୟ ଗରିବ ପରିବାରକୁ ଅନ୍ଧାର କରିଦେଲା ।
ତେବେ କୋଏମ୍ବାଟୁର ରେ ଏହି ଓଡିଅ଼। ଶ୍ରମକି ଙ୍କ ମୃତ୍ୟୁ ଏବଂ ସେମାନଙ୍କ ପରିବାରବର୍ଗ ଙ୍କ ଅସହାୟତା ସମ୍ପର୍କରେ
ରାଜ୍ୟସଭା ସାଂସଦ ସୁଜିତ୍ କୁମାର କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ ।
“ଓଡିଶା -ମୋ ପରିବାର’ ପକ୍ଷରୁ ଶବକୁ ପରିବାର ପାଖକୁଫେରାଇ ଗାଁରେ ସଂସ୍କାର ପାଇଁ ତତ୍କାଳ ବ୍ୟବସ୍ଥା କରାଯାଇଥିଲା ।
କୋଏମ୍ବାଟୁରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ଶବ ଅଣାଯାଇଥିଲା । କଳାହାଣ୍ଡିରେ ଗଜେନ୍ଦ୍ରଙ୍କ ଶବ ପହଞ୍ଚିବା
ବେଳେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ତାଙ୍କ ଅନ୍ତ୍ୟେଷ୍ଟିକ୍ରୀୟାରେ ଯୋଗଦେଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ । ପରିବାରର ଶେଷ ଦର୍ଶନ ପରେ ଗ୍ରାମବାସୀଙ୍କ ଉପସ୍ଥିତୀରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର
କରାଯାଇଛି । ଓଡ଼ିଶା-ମୋ ପରିବାରର ଏହି ମାନବୀୟ କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ପ୍ରସଂଶା କରଛିନ୍ତି ।
ସଚୂନାଥାଉକି, ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନବରଙ୍ଗପୁର ଜିଲ୍ଲା
ତେଲପି ଡା଼ ଗାଁର କ୍ରିଷ୍ଣା ହରିଜନ(୨୩) ଙ୍କର ନକି ଟରେ ମୃତ୍ୟୁ ହୋଇଥିଲା । ଶବ ଘରକୁ ଫେରାଇ ଆଣିବାକୁ କିଷ୍ଣ୍ର ।ଙ୍କ
ଗରିବ ଅସହାୟ ପରିବାର ହତାଶ ହୋଇପଡିଥିବା ବେଳେ ଦେବଦୂତ ସାଜିଥିଲା “ଓଡିଶ଼।-ମୋ ପରିବାର’ । “ଓଡ଼ିଶା -ମୋ ପରିବାର’ ସହଯୋଗରେ ଚେନାଇରୁ ଶବ ନବରଙ୍ଗପୁର ତାଙ୍କ ଗାଁ କୁ ଅଣାଯାଇ ସତ୍କାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking