30.1 C
Bhubaneswar
Tuesday, May 28, 2024
Homeବ୍ରେକୀଙ୍ଗସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିବା ଘଟଣା, ୫ ମୃତ

ସେରମ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିବା ଘଟଣା, ୫ ମୃତ

ନୂଆଦିଲ୍ଲୀ: ପୁନେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଗୁରୁବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଘଟଣାରେ ସେରମ ଇନଷ୍ଟିଚ୍ୟୁଟର ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କରୋନା ଭ୍ୟାକ୍ସିନ କୋଭିସିଲ୍ଡ ପ୍ରସ୍ତୁତ କରୁଛି । ଯାହାକୁ ଭାରତ ସମେତ ଅନ୍ୟ ଦେଶକୁ ମଧ୍ୟ ପଠାଯାଉଛି । ତେବେ ନିଆଁ ନୂଆ ପ୍ଲାଣ୍ଟରେ ଲାଗିଥିଲା । ସେଠାରେ ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ ହୋଇନଥିଲା । ଅନ୍ୟପଟେ ଏହି ଘଟଣା ପରେ ମହାରାଷ୍ଟ୍ର ସରକାର ଆକ୍ଟିଭ ମୋଡରେ ଅଛନ୍ତି । ସରକାର ଏହି ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଆଁ ନିୟନ୍ତ୍ରଣରେ ରହିଛି । ଭ୍ୟାକ୍ସିନ ୟୁନିଟରେ ନିଆଁ ଲାଗି ନାହିଁ । ସେ କଲେକ୍ଟର ଓ ନଗର ନିଗମ ଆୟୁକ୍ତଙ୍କ ସହ କଥା ହୋଇଛନ୍ତି । ନିଆଁ ନିୟନ୍ତ୍ରଣକୁ ଆସିଛି । କେବଳ ଧୂଆଁ ରହିଛି । ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲାଗିବାର କାରଣ ଯାଂଚ ହେବ ବୋଲି ସେ କହିଛନ୍ତି । ସେହିଭଳି ଏହାର ଯାଂଚ ଆଦେଶ ଦିଆଯାଇଥିବା ମହାରଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି । ତେବେ ଭ୍ୟାକ୍ସିନ ପ୍ଲାଣ୍ଟ ସୁରକ୍ଷିତ ରହିଛି । ଘଟଣା ଘଟିବା ପରେ ଖବର ପାଇ ତୁରନ୍ତ ଦମକଳ ବିଭାଗର ୧୫ଟି ଗାଡି ପହଂଚି ନିଆଁକୁ କାବୁ କରିଥିଲେ । ପୁନେ ମଂଜରୀସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ର ନୂଆ ପ୍ଲାଣ୍ଟରେ ଲାଗିଥିଲା । ଗତବର୍ଷ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ପ୍ଲାଣ୍ଟର ଉଦଘାଟନ କରିଥିଲେ । ହେଲେ ଏବେ ଏହି ପ୍ଲାଣ୍ଟରେ ଭ୍ୟାକ୍ସିନ ଉତ୍ପାଦନ ହୋଇନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking