39.1 C
Bhubaneswar
Friday, April 26, 2024
HomeUncategorizedରାମ ମନ୍ଦିର ନିର୍ମାଣ ପାଇଁ ଗମ୍ଭୀର ଦେଲେ କୋଟିଏ

ରାମ ମନ୍ଦିର ନିର୍ମାଣ ପାଇଁ ଗମ୍ଭୀର ଦେଲେ କୋଟିଏ

ନୂଆଦିଲ୍ଲୀ: ଅଯୋଦ୍ଧାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଧନ ସଂଚୟ ଅଭିଯାନ ଆରମ୍ଭ ହୋଇସାରିଛି । ଯେଉଁଥିରେ ସମସ୍ତେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି । ଏଥିରେ ଏବେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ନାମ ଯୋଡି ହୋଇଛି । ପୂର୍ବ ଦିଲ୍ଲୀ ସାଂସଦ ଏକ ବିବୃତିରେ କହିଛନ୍ତି ଯେ, ଭବ୍ୟ ରାମ ମନ୍ଦିର ହେଉଛି ସବୁ ଭାରତୀୟଙ୍କ ସ୍ୱପ୍ନ । ତାଙ୍କର ଏହି ଦାନ ନିଜ ଓ ପରିବାର ତରଫରୁ ଏକ ଛୋଟିଆ ଦାନ । ଅନ୍ୟପଟେ ଦଳର ନେତା କହିଛନ୍ତି ଯେ, ଦିଲ୍ଲୀ ଭାଜପା ପୂର୍ବ ସହରରେ ଚାନ୍ଦା ଏକତ୍ର କରିବା ପାଇଁ କୁପନ ଜାରି କରିଛି । ଯାହା ୧୦,୧୦୦ ଓ ୧୦୦ ଟଙ୍କିଆ । ଏହି ଅଭିଯାନର ଆରମ୍ଭ ୧୪ ଜାନୁଆରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ସେ ପ୍ରଥମେ ୫ ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲେ । ଏହାପରଠାରୁ ଅନେକ ରାଜ୍ୟର ସିଏମ, ସାଂସଦ, ବ୍ୟବସାୟୀଙ୍କଠୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ନିଜ କ୍ଷମତା ଅନୁସାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking