27.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗପ୍ରତ୍ୟାହାର ହେଲା ଏନଏମଏ ବାଇ ଲ

ପ୍ରତ୍ୟାହାର ହେଲା ଏନଏମଏ ବାଇ ଲ

ନୂଆଦିଲ୍ଲୀ: ଅନେକ ବାଦ ବିବାଦ ପରେ ଶେଷରେ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଛି । ଏହା ପ୍ରତ୍ୟାହାର ହୋଇଥିବା ନେଇ ଟ୍ୱିଟ ଯୋଗେଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏହି ସୂଚନା ପ୍ରଦାନ କରିଛନ୍ତି । ଏନଏମଏ ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିବା ବେଳେ ବିଜେପି ଓ ବିଜେଡି ସାଂସଦଙ୍କ ଦାବି ପରେ ପ୍ରତ୍ୟାହାର ହୋଇଥିବା କହିଛନ୍ତି । କିଛି ସମୟ ତଳେ ପ୍ରଥମେ ବିଜେପି ଓ ବିଜେଡି ସାସଂଦ ଭେଟିଥିଲେ । ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ବାଇ-ଲ ପ୍ରତ୍ୟାହାର ଦାବି କରିଥିଲେ । ପୁରୀ ସଂପର୍କୀୟ ଯେ କୌଣସି ନିଷ୍ପତ୍ତି ଓଡିଆ ଭାଷାରେ ହେବ । ଆପୋଷ ବୁଝାମଣା ମଧ୍ୟରେ ସବୁ ନିଷ୍ପତ୍ତି ନିଆଯିବ । ଆଜି ସଂସଦ ଭବନରେ ମନ୍ତ୍ରୀଙ୍କୁ ଭେଟିଥିଲେ ବିଜେଡି ସାସଂଦ । ଆଉ  ବିବାଦୀୟ ବାଇ ଲ ପ୍ରତ୍ୟାହାର ପାଇଁ ଦେଇଥିଲେ ସ୍ମାକରପତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟାହାର ଦାବି କରିଥିଲେ । ପିନାକୀ ଓ ଭର୍ତ୍ତୃହରିଙ୍କ ନେତୃତ୍ୱରେ ଭେଟିଥିଲେ ସାଂସଦ । ସୂଚନାଯୋଗ୍ୟ , ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ବାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଉପନିୟମ (ବାଏ-ଲ)କୁ ସ୍ଥଗିତ ରଖିବା ନେଇ ବିଜେପି ଓ ବିଜେଡିର ସାଂସଦମାନେ କିଛି ସମୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ । ଏ ସମ୍ବନ୍ଧରେ ଏକ ଦାବୀ ପତ୍ର ପ୍ରଦାନ କରିବା ସହ ଆଗକୁ ଏହାର ସମାଧାନ ପାଇଁ କଣ ରାସ୍ତା ବାହାରିପାରିବ ସେ ନେଇ ସାଂସଦମାନେ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାର ବିମର୍ଷ କରିଥିଲେ । ଏହାପରେ ବାଇ’ ଲ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking