29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଗ୍ରୁପ ଚାଟ୍ସ ପାଇଁ ଆସୁଛି ନୂଆ ଫିଚର

ଗ୍ରୁପ ଚାଟ୍ସ ପାଇଁ ଆସୁଛି ନୂଆ ଫିଚର

ନୂଆଦିଲ୍ଲୀ: ହ୍ୱାଟସଆପ ଗ୍ରପ ଚାଟ୍ସ ପାଇଁ ଏକ ନୂଆ ଫିଚର ଆସୁଛି । ଆଣ୍ଡ୍ରଏଡ ହ୍ୱାଟସଆପ ବିଟା ଆପ ର ଲାଟେଷ୍ଟ ଭର୍ସନରେ ମେନସନ୍ ବ୍ୟାଜ ଦିଆଯାଇଛି, ଯାହା ଗ୍ରୁପ ଚାଟସରେ ସୋ କରିବ । ଏହି ଫିଚର ଆଣ୍ଡ୍ରଏଡ ପାଇଁ ହ୍ୱାଟସଆପ ବିଟା ଆପର ୨.୨୧.୩.୧୩ ଅପଡେଟରେ ଉପଲବ୍ଧ କରାଯାଇଛି । ୱାବିଟାଇନଫୋ ରିପୋର୍ଟ ଅନୁସାରେ, ଏହା ଏବେ ସୁଦ୍ଧା ବ୍ୟବହାରକାରୀଙ୍କୁ ସୋ ହେଉନି । ବର୍ତମାନ କମ୍ପାନୀ ଏହି ଫିଚର ଉପରେ କାମ କରୁଚି । ଖୁବ ଶୀଘ୍ର ଏହାକୁ ଜାରି କରାଯାଇପାରେ । ୱାବିଟାଇନଫୋ ଏହି ଫିଚର ବିଷୟରେ କହିଛି ଯେ, ଆପଣଙ୍କୁ ଏକ ଗ୍ରୁପରେ ମେନସନ କରାଯିବ, ଗ୍ରୁପ ସେଲରେ ଏକ ନୂଆ ବ୍ୟାଚ ଆଡ ହୋଇଯିବ । ଏବେ ବି କୌଣସି ବ୍ୟବହାରକାରୀଙ୍କୁ ଗ୍ରୁପ ଚାଟସରେ ଟ୍ୟାଗ କରିଲେ ହ୍ୱାଟସଆପ ତରଫରୁ ନୋଟିଫିକେସନ ଦିଆଯାଏ । ରିପୋର୍ଟରେ ଏକ ନୂଆ ଷ୍ଟିକର ପ୍ୟାକ ଜାରି କରାଯିବା ନେଇ ସୂଚନା ଦିଆଯାଇଛି । ଟାଟର୍ସ ଆଣ୍ଡ ଟଟ୍ସ ନାମକ ଷ୍ଟିକର ପ୍ୟାକକୁ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯାଇଛି । ଇଚ୍ଛୁକ ବ୍ୟବହାରକାରୀ କୌଣସି ବି ଚାଟ୍ସକୁ ଯାଇ ଷ୍ଟିକର ଆଇକନ ଉପରେ କ୍ଲିକ କରିପାରିବେ । ଏହାପରେ ନୂଆ ଷ୍ଟିକର ପ୍ୟାକ ଡାଉନଲୋଡ କରିବା ପାଇଁ + ଆଇକନ କୁ ସିଲେକ୍ଟ କରିପାରିବେ । ଏହି ଷ୍ଟିକର ପ୍ୟାକ ଲିଷ୍ଟରେ ସର୍ବପ୍ରଥମେ ସୋ କରିବ । ଆପଣଙ୍କୁ ଏଠାରେ କହିରଖୁଛୁ, ହ୍ୱାଟସଆପ ନିଜ କିବୋର୍ଡ ପାଇଁ ଗୋଟିଏ ଷ୍ଟିକର ସର୍ଟକଟ ଉପରେ ବି କାମ କରୁଛି । ନୂଆ ଷ୍ଟିକର ଶର୍ଟକଟ ଚାଟ ବାରରେ ସୋ କରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking