31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗରମାଦେବୀ କ୍ୟାମ୍ପସ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ରମାଦେବୀ କ୍ୟାମ୍ପସ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସର ଲୋକାର୍ପଣ କରାଯିବ । ଆଜି ସଂନ୍ଧ୍ୟା ୫ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କ୍ୟାମ୍ପସ କୋଠା ଉଦଘାଟନ କରାଯିବ । କୁନ୍ତଳା କୁମାରୀ ସାବତଙ୍କ ନାମରେ ଏକ ପାଠାଗାର ନିର୍ମାଣ କରାଯାଇଛି । ଏହାସହ କଳା , ବିଜ୍ଞାନ ବ୍ଲକ ଓ ଗବେଶଣା କରୁଥିବା ଛାତ୍ରୀଙ୍କ ପାଇଁ ହଷ୍ଟେଲର ଉଦଘାଟନ ମଧ୍ୟ କରାଯିବ । ତେବେ ଏହି କୋଠା ଗୁଡିକ ମଧ୍ୟରୁ ୩ଟି ରୁସା ପାଣ୍ଠିରୁ ନିର୍ମାଣ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅନୁଦାନରେ ଗୋଟିଏ କୋଠା ନିର୍ମାଣ କରାଯାଇଛି ।

କୋରନା କଟକଣାକୁ ପାଳନ କରିବା ପୁର୍ବକ ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ କିପରି ସାମାଜିକ ଦୂରତା ଅବଲମ୍ବନ ହୋଇପାରିବ ସେଥିପାଇଁ ପ୍ରସ୍ତୁତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଅନନ୍ତ ନାରାୟର ଜେନା ଅତିଥି ଭାବେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଆସିବା ପୁର୍ବରୁ ବିଶ୍ୱବିଦ୍ୟାଳକୁ ଆଲୋକ ମାଳାେରେ ସଜ୍ଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking