28.1 C
Bhubaneswar
Sunday, April 28, 2024
Homeବିଜିନେସ୍ନିଲାମ ହେବ ନିରବ ମୋଦୀଙ୍କ ଜୁଏଲାରୀ ଫାର୍ମ

ନିଲାମ ହେବ ନିରବ ମୋଦୀଙ୍କ ଜୁଏଲାରୀ ଫାର୍ମ

ନୂଆଦିଲ୍ଲୀ: ଲକ୍ଷାଧିକ କୋଟିର ବ୍ୟାଙ୍କ ଜାଲିଆତି କରି ବିଦେଶ ପଳାୟନ କରିଥିବମା ଭାରତୀୟ ଶିଳ୍ପପତି ନିରବ ମୋଦୀଙ୍କ ମାଲିକାନାରେ ପରିଚାଳିତ ‘ଫାୟରଷ୍ଟାର ଡାଏମଣ୍ଡ୍ ଇଣ୍ଟରନ୍ୟାସନାଲ’ ଫାର୍ମକୁ ମାର୍ଚ୍ଚ ୨୫ରେ ନିଲାମ କରାଯିବ ବୋଲି ଜଣାପଡିଛି । ଏନ୍‌ସିଏଲଟି ( ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ)ର ମୁମ୍ବାଇ ବେଞ୍ଚ୍ ତରଫରୁ ଏହି ନିଲାମ ପ୍ରକ୍ରିୟା ପାଇଁ ଶାନ୍ତନୁ ରୟଙ୍କୁ ୨୦୨୦ ଫେବୃଆରୀରେ ଲିକ୍ୟୁଡେଟର ନିଯୁକ୍ତ କରାଯାଇଛି । ନୋଟିସ ଅନୁଯାୟୀ ମାଚ୍ଚ ୨୫ରେ ଉକ୍ତ ଫାର୍ମରେ ଥିବା ସମସ୍ତ ସୁନା, ହୀରା ଓ ପ୍ଲାଟିନମ୍ ଅଳଙ୍କାରଗୁଡିକୁ ନିଲାମ କରାଯିବ । ନିଲାମ ଦିନ ହିଁ ଏହି ଅଳଙ୍କାରଗୁଡିକର ମୂଲ୍ୟ ଘୋଷଣା କରାଯିବ । ଉକ୍ତ ଫାର୍ମରେ ଥିବା ଦାମୀ ପଥରଗୁଡିକର ମୂଲ୍ୟାଙ୍କନ କରିବାକୁ ଜେମୋଲଜିକାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନିଯୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ୨୦୧୮ରେ ନିରବ ମୋଦୀ ଓ ତାଙ୍କର ବ୍ୟାବସାୟିକ ସହଯୋଗୀମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୨୮ ହଜାର କୋଟି ଟଙ୍କାର ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ବ୍ୟାଙ୍କ ଏତଲାକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ପକ୍ଷରୁ ପୃଥକ ମାମଲା ମଧ୍ୟ ରୁଜୁ କରାଯାଇଛି । ୨୦୧୮ ଏପ୍ରିଲରେ ନିରବ ହଂକଂ ବାଟଦେଇ ଲଣ୍ଡନ ପଳାଇଥିବାବେଳେ ସେଠାରେ ରାଜନୈତିକ ଆଶ୍ରୟ ଲୋଡିଥିଲେ । ଇଣ୍ଟରପୋଲ ନୋଟିସକୁ ଆଧାର କରି ବ୍ରିଟିଶ ପୁଲିସ ୨୦୧୯ ମାର୍ଚ୍ଚ ୨୦ରେ ନିରବଙ୍କୁ ଗିରଫ କରିଥିଲା । ସେହିଦିନଠାରୁ ସେ ଜେଲ୍‌ରେ ଅଛନ୍ତି । ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ସରକାର ଯେଉଁ ଆବେଦନ କରିଥିଲେ, ଲଣ୍ଡନ ହାଇକୋର୍ଟ ୨୦୨୧ ଫେବୃଆରୀରେ ଅନୁମୋଦନ କରିସାରିଛନ୍ତି । ତେବେ ଆଇନଗତ ପ୍ରକ୍ରିୟା ଶେଷ ହୋଇନଥିବାରୁ ନିରବଙ୍କ ପ୍ରତ୍ୟର୍ପଣ ହୋଇପାରିନାହିଁ । ଇତିମଧ୍ୟରେ ପିଏମଏଲଏ କୋର୍ଟ ନିର୍ଦ୍ଦେଶକ୍ରମେ ନିରବଙ୍କ ଭାରତରେ ଥିବା ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଥିବାବେଳେ ସୁଇସ୍ ବ୍ୟାଙ୍କ କର୍ତ୍ତୃପକ୍ଷ ନିରବଙ୍କ ଆକାଉଣ୍ଟରେ ଥିବା ୬ ନିୟୁତ ଡଲାରକୁ ଫ୍ରିଜ୍ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking