33.1 C
Bhubaneswar
Sunday, May 12, 2024
Homeଅପରାଧବଧୂହତ୍ୟା ଅଭିଯୋଗରେ ସ୍ୱାମୀ ଥାନାରେ ଅଟକ

ବଧୂହତ୍ୟା ଅଭିଯୋଗରେ ସ୍ୱାମୀ ଥାନାରେ ଅଟକ

କୁଆଁପାଳ: ଭଦ୍ରେଶ୍ୱର ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ବଧୂହତ୍ୟା ଘଟଣା ଘଟିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ ଏହି ଥାନା ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତ ଏରକଣା ଗ୍ରାମର ସୁଧାକର ନାୟକଙ୍କ ମଧ୍ୟମା କନ୍ୟା ଲିଜାମ୍ବିନୀ ନାୟକ(୨୪) ସ୍ଥାନୀୟ ଗୋପାଳପୁର ଗ୍ରାମର ସୁନୀଲ କୁମାର ପ୍ରଧାନଙ୍କ ପୁତ୍ର ରଞ୍ଜନ ପ୍ରଧାନଙ୍କୁ ଗତ ନଭେମ୍ବର ୨୦୨୦ରେ ବୈଦିକରୀତିରେ ବିବାହ କରିଥିଲେ । ବିବାହର ୧ବର୍ଷ ପରେ ସେମାନଙ୍କର ଏକ ଶିଶୁକନ୍ୟା ଜନ୍ମହୋଇଥିଲା । ବିଭାଘର ପରଠାରୁ ଲିଜାଙ୍କ ସ୍ୱାମୀ ରଞ୍ଜନ, ଶ୍ୱଶୁର ସୁନୀଲ, ଶାଶୁ ସରୋଜିନୀ ପାତ୍ର ଓ ନଣଦ ମିଶି ଲିଜାକୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସିଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ବିଷୟରେ ବହୁବାର ଆପୋଷ ସମାଧାନ ମଧ୍ୟ କରାଯାଇଥିଲା ।

ଗତକାଲି ସଂଧ୍ୟାରେ ସୁଧାକର ଝିଅର ଶାଶୁଘରକୁ ଯାଇ ଘଟିଥିବା ଏକ ଝଗଡାର ସମାଧାନ କରି ଘରକୁ ଫେରିଥିଲେ । କିନ୍ତୁ ରାତ୍ରିରେ ଲିଜାକୁ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ନଣନ୍ଦ ବାଡେଇ ମାରିଦେଇଥିବା ସୁଧାକର ଭଦ୍ରେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଲିଜା ଆତ୍ମହତ୍ୟା କରିଛି ବୋଲି ଶ୍ୱଶୁରଘର ଲୋକ କହୁଥିବା ବେଳେ ଭଦ୍ରେଶ୍ୱର ଥାନା ଅଧିକାରୀ ତପନ ନାୟକ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଲିଜାର ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଥିବା ଜଣାପଡ଼ିଛି । ଏଥିନେଇ ଭଦ୍ରେଶ୍ୱର ଥାନାରେ ମୋକଦ୍ଦମା ରୁଜୁ କରାଯାଇଛି ଓ ସ୍ୱାମୀ ରଞ୍ଜନକୁ ଥାନାରେ ଅଟକ ରଖାଯିବା ସହ ତଦନ୍ତ ଜାରୀ ରହିଥିବା ଥାନାଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking