28.1 C
Bhubaneswar
Saturday, April 27, 2024
Homeଓଡିଶାନିଆରା ବାହାଘର

ନିଆରା ବାହାଘର

ମୟୁରଭଞ୍ଜ : ଆପଣ ଅନେକ ବାହାଘର ଦେଖିଥିବେ ଆଉ ଭୋଜିଭାତ ଖାଇଥିବେ । ଆଜି ଆପଣଙ୍କୁ ଏମିତି ଏକ ବାହାଘରକୁ ନେଇଯିବୁ ଯାହା ଆପଣ ଦେଖିଲେ ଆଶ୍ଚର‌୍ୟ୍ୟ ହେଇଯିବେ । ରିଷ୍ଟଖଣ୍ଡନ ପାଇଁ ଛୁଆମାନକୁ କୁକୁର ସହିତ ବାହାଘର କରାଉଛନ୍ତି ପରିବାର। ଏମିତିଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର ଶୁକୁଳି ବାରିଆ ଗାଁରେ ।
ସୂଚନା ଅନୁଯାୟୀ, ଆଦିବାସୀମାନଙ୍କ ପରମ୍ପରା ରହିଛି ଛୁଆ ଜନ୍ମ ହେଲା ପରେ ପ୍ରଥମ ଦାନ୍ତ ଉପରେ ବାହାରିଲେ ଅଶୁଭ ବୋଲି ବିଶ୍ୱାସ ରହିଆସିଛି । ଏହାର ନିରାକରଣ ପାଇଁ କୁକୁର ସହିତ ବାହାଘର ଅନୁଷ୍ଠିତ ହୋଇଥାଏ। ବରବେଶରେ ଛୁଆଟିକୁ ସଜେଇ କରି ଗ୍ରାମ ଭ୍ରମଣ କରାଇ ଥାଆନ୍ତି । ଗୋଟିଏ ଦିନରେ ବାରିବା ଗାଁରେ ତିନୋଟି ବାହାଘର ହେଇଥିଲା । ବାହାଘର ପରେ ନାଚଗୀତର ଆୟୋଜନ କରାଯାଇଥିଲା । ଏହି ବାହାଘରରେ ଶୁକୁଳି ବ୍ଳକ ଅଧ୍ୟକ୍ଷ ମଧ୍ୟ ସାମିଲ ହେଇଥିଲେ ।
ଏହା ଆଦିବାସୀଙ୍କ ପରମ୍ପରା ନା ଅନ୍ଧବିଶ୍ୱାସ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ। ତେବେ ସରକାରୀ ସ୍ତରରେ କାର‌୍ୟ୍ୟ କରୁଥିବା ସମାଜବିଜ୍ଞାନୀ ଏବଂ ଅନ୍ୟ ବିଶେଷଜ୍ଞମାନେ ଏହାର କାରଣ ଖୋଜିବା ସହିତ ଗ୍ରହଶାନ୍ତ କରି ରିଷ୍ଟ ଖଣ୍ଡନ ପାଇଁ ମଣିଷ ଜୀବନରେ ଏହାର ଆବଶ୍ୟକତାକୁ ନେଇ ବାସ୍ତବଚିତ୍ର ଲୋକ ଲୋଚନକୁ ଆଣିବା ଦିଗରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking