31.1 C
Bhubaneswar
Tuesday, April 30, 2024
Homeଓଡିଶାନୂଆ ରୂପରେ ଚମକିବ ମାଷ୍ଟର କ୍ୟାଣ୍ଟିନ୍‌

ନୂଆ ରୂପରେ ଚମକିବ ମାଷ୍ଟର କ୍ୟାଣ୍ଟିନ୍‌

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ୍‌ ଛକର ବଦଳିବ ଚିତ୍ର । ନୂଆ ରୂପରେ ଚମକିବ ଯୋଦ୍ଧା ଘୋଡ଼ା । ମାଷ୍ଟର କ୍ୟାଣ୍ଟିନ୍‌ ଛକ ହେବ ସ୍ମାର୍ଟସିଟିର ସର୍ବୋତ୍କୃଷ୍ଟ ଦର୍ଶନୀୟ ସ୍ଥଳ । ଦୁଇରୁ ଅଢେଇ ମାସ ମଧ୍ୟରେ ଶେଷ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ସ୍ଥପତି ପଦ୍ମବିଭୁଷଣ ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହେବ ପ୍ରକଳ୍ପ କାର୍ଯ୍ୟ । ବୈଷୟିକ ଟିମ୍‌ର ଘଟଣା ସ୍ଥଳ ପରିଦର୍ଶନ ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ବଦଳିବ ମାଷ୍ଟରକ୍ୟାଣ୍ଟିନ୍‌ ଛକର ନକ୍ସା । ଚମକିବ ଯୋଦ୍ଧା ଘୋଡା । ମଙ୍ଗଳବାର ଠାରୁ ଆରମ୍ଭ ହେବ ପ୍ରକଳ୍ପ କାର୍ଯ୍ୟ । ଅଢେଇ ମାସ ମଧ୍ୟରେ ଶେଷ ହେବ ପ୍ରକଳ୍ପ । ହଟିବନି ଯୋଦ୍ଧା ଘୋଡା । ନିର୍ମାଣ ବି ହେବନି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଫ୍ଲାଇ ଓଭର ବ୍ରିଜ୍‌ । କୌଣସି ପରିସ୍ଥିତିରେ ଯୋଦ୍ଧା ଘୋଡାର ସମ୍ମାନ ହାନି ହେବାକୁ ଦିଆଯିବନି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିବାଦର ଅନ୍ତ ଅବସାନ ହୋଇଥିବା ବେଳେ ଯୋଦ୍ଧା ଘୋଡାର ଆବଶ୍ୟକ ମରାମତି ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଗଠିତ ହୋଇଥିଲା ସ୍ୱତନ୍ତ୍ର ବୈଷୟିକ ଟିମ୍‌ । ଆଜି ସ୍ଥପତି ପଦ୍ମବିଭୁଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ସ୍ମାର୍ଟସିଟି, ବିଏମ୍‌ସି, ବିଡିଏ ଓ ପୂର୍ତ୍ତ ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ମଙ୍ଗଳବାର ଠାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଅଢେଇ ମାସ ମଧ୍ୟରେ ଶେଷ ହେବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ।

ମାଷ୍ଟର କ୍ୟାଣ୍ଟିନ୍‌ ଗୋଲେଇ ଛକ ଏବେ ହେବ ଅଣ୍ଡାକୃତି । ୪୦ଫୁଟର ଗୋଲେଇ ୧୪ଫୁଟର ଅଣ୍ଡାକୃତିର ରୂପ ନେବ । ଚତୁଃପାର୍ଶ୍ୱରେ ଥିବା ନର୍ତ୍ତକୀଙ୍କ ମଧ୍ୟରୁ ଅନେକ ହଟିବ । ଗଛ ଥିବା କାରଣରୁ ଯୋଦ୍ଧା ଘୋଡା ସମ୍ପୂର୍ଣ୍ଣ ଦୃ୍ଶ୍ୟମାନ ହେଉନଥିବା କାରଣରୁ ସେଠାରୁ ଗଛଗୁଡିକୁ ମଧ୍ୟ ହଟାଯିବ । ହାଇମାଷ୍ଟ ଲାଇଟ୍‌ ସହ ଛୋଟ ଗଛ ଲଗାଯାଇ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ସ୍ଥପତି ପଦ୍ମବିଭୁଷଣ ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ ମାଷ୍ଟର କ୍ୟାଣ୍ଟିନ୍‌ ଛକର ଯୋଦ୍ଧା ଘୋଡ଼ା ଦିବଗଂତ ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କ ସ୍ମୃତି । ଏଣୁ ଏହି କାର୍ଯ୍ୟରେ ମଧ୍ୟ ସ୍ୱର୍ଗତ ମହାପାତ୍ରଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking