ମୁମ୍ବାଇ: ମୁମ୍ବାଇର ବୋରିଭାଲିରେ ପୁଣି ଏକ ସାଇବର ଠକର ଶିକାର ହୋଇଛନ୍ତି ୩୫ ବର୍ଷର ମହିଳା । ଗୋରାଇଠାରେ ମହିଳାଙ୍କ ଫ୍ଲାଟ୍ ରେ ଭଡ଼ା ନେବାକୁ ଚାହୁଁଥିବା ଏକ ଯୁବକା କ୍ୟୁଆର୍ କୋର୍ଡ ସ୍କାନ୍ କରି ସେ ୧ଲକ୍ଷ ଟଙ୍କା ହରାଇଥିବା ପୋଲିସକୁ ଅଭିଯୋଗ କରିଥିଲେ ।
ତାଙ୍କ ଅଭିଯୋଗରେ ରିଚା ଜାଗାନି କହିଛନ୍ତି ଯେ ମେ ୨୭ ରେ ସୋସିଆଲ ମିଡିଆରେ ଆପାର୍ଟମେଣ୍ଟ ପାଇଁ ବିଜ୍ଞାପନ ଲଗାଇବା ପରେ ଠକ ତାଙ୍କ ସହ ଯୋଗାଯୋଗ କରିଥିଲେ।
ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଭାରତୀୟ ସେନାରେ କାର୍ୟ୍ୟ କରିଥିଲେ ଏବଂ ମାସିକ ୧୬,୦୦୦ ଟଙ୍କା ଏବଂ ୧ ଲକ୍ଷ ଟଙ୍କା ଜମା ଦେବାକୁ ରାଜି ହୋଇଥିଲେ।
ଜଗାନି ଏକ ନିର୍ଦ୍ଦିଷ୍ଟ ଡିଜିଟାଲ ପେମେଣ୍ଟ ସିଷ୍ଟମ ଜରିଆରେ ଏହି ଟଙ୍କା ଚାହୁଁଥିବା ବେଳେ ବ୍ୟକ୍ତି ଜଣକ ତାଙ୍କୁ କହିଥିଲେ ଯେ ତାଙ୍କ ସେବା ନିୟମ ତାଙ୍କୁ ତାଙ୍କ ଫୋନରେ ସେହି ଆପ୍ ରଖିବାକୁ ଅନୁମତି ଦେଇ ନାହିଁ। ତା’ପରେ ସେ ତାଙ୍କୁ ହ୍ ବଗ୍ଧଗ୍ଦ ାଟସ୍ ଆପ୍ ମାଧ୍ୟମରେ ଏକ ଛଜ କୋଡ୍ ପଠାଇ ସ୍କାନ୍ କରିବାକୁ କହିଥିଲେ ।
ଥରେ ଜଗାନି ଏହାକୁ ସ୍କାନ୍ କଲା, ଜର୧ ତାଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେଲା । ଏହା ପରେ ବ୍ୟକ୍ତି ଜଣକ ତାଙ୍କୁ ଆଉ ଏକ ଛଜ ପଠାଇଲେ ଯାହା ସେ କହିଥିଲେ ୫୦,୦୦୦ ଟଙ୍କା । କିନ୍ତୁ ଏଥର ତାଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ୍ ହେଲା । ବ୍ୟକ୍ତି ଜଣକ ତାଙ୍କୁ କହିଥିଲେ ଯେ ନିଶ୍ଚିତ ଭାବରେ ଏକ ଯାନ୍ତ୍ରିକ ଲକ ଅଛି । ତା’ପରେ ସେ ତାଙ୍କୁ ଏକ କୋଡ୍ ମାଧ୍ୟମରେ ୫୦ ଟଙ୍କା ପଠାଇଲେ କିନ୍ତୁ ଅନ୍ୟ ସହିତ ୫୦,୦୦୦ ଟଙ୍କା ଉଠାଇ ନେଲେ ।