28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନାଫତାଲି ବେନେଟ୍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ  

ନାଫତାଲି ବେନେଟ୍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ  

ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି । ସଂସଦରେ ହୋଇଥିବା ଆସ୍ଥା ଭୋଟରେ ହାରିବା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସଂସଦରେ ବେନେଟ୍ ସରକାର ବହୁମତ ହାସଲ କରିଛି । ଫଳରେ ବିରୋଧୀ ଦଳ ନେତା ନାଫତାଲି ବେନେଟ୍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ନୂଆ ସରକାର ଶପଥ ନେବା ସହ ବିଗତ ୨ ବର୍ଷରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି ।

ରବିବାର ଇସ୍ରାଏଲ୍ ସଂସଦରେ ସରକାର ଗଢ଼ିବା ନେଇ ମତଦାନ ହୋଇଥିଲା । ନୂତନ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଫଳରେ ନେତାନ୍ୟାହୁଙ୍କୁ ତାଙ୍କ ପଦ ହରାଇବାକୁ ପଡିଥିଲା । ହେଲେ ନେତାନ୍ୟାହୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଶା ଛାଡି ନଥିଲେ । ଇସ୍ରାଏଲରେ ୮ଟି ଦଳର ଗଠବନ୍ଧନକୁ ନେଇ ଗଠିତ ସରକାରକୁ ୬୦ ଭୋଟ୍ ମିଳିଥିବା ବେଳେ ବିପକ୍ଷକୁ ୫୯ ଭୋଟ୍ ମିଳିଥିଲା । ଗଠବନ୍ଧନ ଦଳଗୁଡ଼ିକର ନିଷ୍ପତ୍ତି ଅନୁଯାୟୀ ନାପଥାଳି ବେନେଟ୍ ୨୭ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ରହିବେ ।

ସେହିପରି ୟେର୍ ଲେପିଡ୍ ସେପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ନୂତନ ସରକାରରେ ୨୭ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏହା ପରେ ପଦର ଅଦଳ ବଦଳ କରାଯିବ । ନେତାନ୍ୟାହୁ ସରକାରରେ ନଥିଲେ ସୁଦ୍ଧା ଦକ୍ଷିଣପନ୍ଥୀ ଲିକୁଡ ଦଳର ମୁଖ୍ୟ ତଥା ଇସ୍ରାଏଲ୍ ସଂସଦରେ ବିରୋଧୀ ଦଳର ନେତା ରହିବେ । ନେତାନ୍ୟାହୁ ଇସ୍ରାଏଲର ଦୀର୍ଘତମ ପ୍ରଧାନମନ୍ତ୍ରୀ । ସେ ପାଞ୍ଚ ଥର ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ସେ ୧୯୯୬ ରୁ ୧୯୯୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହା ପରେ ସେ ୨୦୦୯ ରୁ ୨୦୨୧ ପର୍ଯ୍ୟନ୍ତ ନେତୃତ୍ୱ ଜାରି ରଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking