30.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଥମ ଥର ପାଇଁ ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ଏକମୋ ମେସିନ୍

ପ୍ରଥମ ଥର ପାଇଁ ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ଏକମୋ ମେସିନ୍

ଭୁବନେଶ୍ୱର : ଦୂର ହୋଇଛି ରାଜ୍ୟବାସୀଙ୍କ ଦୁଃଖ । ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଏକମୋ ମେସିନ୍ । ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରୋଗୀମାନେ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯାଉଥିଲେ । ବର୍ତ୍ତମାନ ରାଜ୍ୟରେ ଏହି ଚିକିତ୍ସା ଆରମ୍ଭ କରାଯାଇଛି । ଫଳରେ ରୋଗୀମାନେ ଆଉ ବାହାର ରାଜ୍ୟକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଯଦିଓ ଏହି ଚିକିତ୍ସା ବ୍ୟୟବହୁଳ ତେବେ ରୋଗୀଙ୍କ ସ୍ଥାନାନ୍ତର ନେଇ ଆଉ ସମସ୍ୟା ରହିବ ନାହିଁ । ସାଧାରଣତଃ ଜଣେ ରୋଗୀଙ୍କ ହୃଦପିଣ୍ଡ ଓ ଫୁସଫୁସ୍ ଅଚଳ ହେଲେ ଏକମୋ ମେସିନର ଆବଶ୍ୟକତା ପଡ଼ିଥାଏ । କରୋନା କାଳରେ ଏହି ମେସିନର ଡିମାଣ୍ଡ ବହୁତ ବଢ଼ିଯାଇଛି ।

ଅନ୍ୟପକ୍ଷରେ ଏହି ମେସିନ୍ ଚଳାଇବା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତି ନାହାନ୍ତି ବୋଲି କୁହାଯାଇଛି । ରାଜ୍ୟରେ ଏହି ମେସିନର ଅଭାବ ଥିବାରୁ ବ୍ରହ୍ମପୁରର ଅମ୍ରିତ ପ୍ରଧାନ, ଭଞ୍ଜନଗରର ରମେଶ ସାହୁ, ଭଦ୍ରକର ଅଭିଷେକ ମହାପାତ୍ର, ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ ପରି ଅନେକ ଲୋକ ଲକ୍ଷାଧିକ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ । ଏକ ଘରୋଇ ହସ୍ପିଟାଲରୁ ଭଡ଼ାରେ ଏକମୋ ମେସିନ ଆଣି ବିରୋଧୀ ଦଳ ନେତାଙ୍କ ଚିକିତ୍ସା କରାଯାଇଥିଲା । ଏମ୍ସକୁ ୨ଟି ଓ ଏସସିବିକୁ ୬ଟି ଏକମୋ ମେସିନ ଆସିବ ବୋଲି ପୂର୍ବରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking