28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅନେକ ରହସ୍ୟକୁ ନିଜ ଭିତରେ ଲୁଚାଇ ରଖିଛି ଷ୍ଟୋନହେଂଜ

ଅନେକ ରହସ୍ୟକୁ ନିଜ ଭିତରେ ଲୁଚାଇ ରଖିଛି ଷ୍ଟୋନହେଂଜ

ନୂଆଦିଲ୍ଲୀ: ବିଶ୍ୱରେ ଏମିତି ଅନେକ କଳାକୃତି ରହିଛି, ଯାହା ନିଜର ବିଚିତ୍ର କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଏହାକୁ ଦେଖିବା ପରେ ମନରେ ଅନେକ  ପ୍ରଶ୍ନ ଉଙ୍କି ମାରେ ଯେ, ବାସ୍ତବରେ ଏହାର ନିର୍ମାଣ କେମିତି ହୋଇଥିବ । ପ୍ରାଚୀନ କାଳରେ ତ ଉନ୍ନଟ ଟେକ୍ନିକ ର ବିକାଶ ହୋଇନଥିଲା । ତେବେ ଏତେ ବଡ ପଥର ସାହାଯ୍ୟରେ କେମିତି ବନାଗଲା । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଷ୍ଟୋନ ହେଜଂ ବିଷୟରେ । ଏହି ସ୍ଥାନ ଇଂଲଣ୍ଡରେ ଅବସ୍ଥିତ । ଏହାକୁ ବାଦ ଦେଲେ ଇଂଲଣ୍ଡର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ହେଉଛି ଷ୍ଟୋନହେଂଜ । ଅନେକ ଦେଶରୁ ପର୍ଯ୍ୟଟକ ଷ୍ଟୋନ ହେଂଜର ଅଦ୍ଭୁତ ପଥର ଦେଖିବା ପାଇଁ ଆସନ୍ତି । ଷ୍ଟୋନହେଂଜର ଏହି ଚଟାଣ ପଛରେ ଏକ ରହସ୍ୟମୟୀ ଇତିହାସ ଲୁଚି ରହିଛି । ଯାହାକୁ ନେଇ ଅନେକ ଦାବି କରାଯାଏ ।
ଏହି ସ୍ଥାନକୁ ୟୁନେସ୍କୋର ବିଶ୍ୱ ଧରୋହର ସ୍ଥଳରେ ସାମିଲ କରାଯାଇଛି । ଷ୍ଟୋନହେଂଜର ଏହି ଚଟାଣକୁ ମେଗାଲିଥ ନାମରେ ଜଣାଯାଏ । ଅନେକ ଲୋକଙ୍କ କହିବାନୁସାରେ ଏହାର ନିର୍ମାଣ ପ୍ରାଚୀନ କାଳରେ ହୋଇଥିଲା । ସେହିଭଳି କିଛି ଲୋକେ ଏହି ରହସ୍ୟମୟୀ ଚଟାଣର ଇତିହାସକୁ କାଂସ୍ୟ ଯୁଗ ସହ ବି ଯୋଡି ଦେଖନ୍ତି ।
ଷ୍ଟୋନହେଂଜ ର ବିଶାଳକାୟ ଚଟାଣର ଉଚ୍ଚତା ପ୍ରାୟ ୨୩ ଫୁଟ । ଏହାକୁ ଉଚ୍ଚ ଭାବରେ ଛିଡା କରି ଏକ ଗୋଲାକାର ଆକାରରେ ବନା ଯାଇଛି । ବୈଜ୍ଞାନିକଙ୍କ ଅନୁସାରେ ଏହାର ନିର୍ମାଣ ପ୍ରାୟ ୩ ହଜାରରୁ ୨ ହଜାର ଖ୍ରୀଷ୍ଟାବ୍ଦ ମଧ୍ୟରେ କରାଯାଇଥିବ । ଏମିତିରେ ବଡ ପ୍ରଶ୍ନ ଏହା ଯେ, ଯେତେବେଳେ ସେହି ସମୟରେ କୌଣସି ପ୍ରକାର ବୈଜ୍ଞାନିକ ଉନ୍ନତି ହୋଇନଥିଲା , ତେବେ ଏମିତି ବିଶାଳକାୟ ଚଟାଣକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ କେମିତି ତିଆରି କରାଯାଇଥିବ ।
ଏହି ଚଟାଣରେ କିଛି ଚଟାଣର ଓଜନ ପ୍ରାୟ ୫୦ ଟନ ପର୍ଯ୍ୟନ୍ତ ରହିଥାଏ । ଏହି ପଥର ବନାଇବା ପାଇଁ ବ୍ଲୁ ଷ୍ଟୋନର ବ୍ୟବହାର କରାଯାଇଥିଲା । ଷ୍ଟୋନହେଂଜ ପଥର ମଧ୍ୟରେ ହିଲିଂ ପ୍ରପର୍ଟି ବି ରହିଥାଏ । ମାନ୍ୟତା ଅନୁସାରେ ଗୋଟିଏ ସମୟରେ ଏହି ସ୍ଥାନ ହିଲିଂ ପ୍ଲେସ ରହିଥିଲା । ଯେଉଁଠିକୁ ରୋଗାଗ୍ରସ୍ତ ଲୋକେ ଆସୁଥିଲେ । ଏହି ପଥରକୁ ଛୁଇଁବା ମାତ୍ରେ ସେମାନେ ଠିକ ହୋଇ ଯାଉଥିଲେ ।
କିଛି ବିଶେଷଜ୍ଞଙ୍କ କହିବା କଥା, ଏହାକୁ ମଣିଷ ନୁହେଁ ବରଂ ଏଲିୟନ୍ସମାନେ ବନାଇଥିଲେ । ଯେଉଁଭଳି ଭାବରେ ପଥରସବୁ ସୁନିୟୋଜିତ ଭାବରେ ଲଗା ଯାଇଛି, ଏହା ପଛରେ ଅନେକ ଗଣେତ ଲୁଚି ରହିଛି । ଏହି କାମ ସେ ସମୟର ଲୋକଙ୍କ ପକ୍ଷରେ କରିବା ଅସମ୍ଭବ ଥିଲା । ଉପରୁ ଏହି ପଥରକୁ ଦେଖିଲେ ସଂପୂର୍ଣ୍ଣ ଭାବରେ ଏହା ସୋଲର ସିଷ୍ଟମ ପରି ଦେଖାଯାଏ ।  ଷ୍ଟୋନହେଂଜର ଏହି ପଥର ମଧ୍ୟରେ ଅନେକ ରାଜ୍ ଛୁପି ରହିଛି । ଯାହାର ରହସ୍ୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking