19.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶନରେନ୍ଦ୍ର ଗିରୀ ମୃତ୍ୟୁ ଘଟଣା; ମାମଲା ରୁଜୁ କଲା ସିବିଆଇ

ନରେନ୍ଦ୍ର ଗିରୀ ମୃତ୍ୟୁ ଘଟଣା; ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ : ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଉତ୍ତରପ୍ରଦେଶ ସରକାର ଗତ କାଲି ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପାରିସ କରିଥିଲେ । ଏହାପରେ ଆଜି ଏନେଇ ସିବିଆଇ ଏକ ଟିମ ଗଠନ କରିଛି । ଏକ ଏଫଆଇଆର ରୁଜୁ କରି ଦିଲ୍ଲୀର ପ୍ରୟାଗରାଜକୁ ଯାତ୍ରା ଆରମ୍ଭ କରିଛି ସିବିଆଇ । ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ଦସ୍ତାବିଜ ପୋଲିସ ଠାରୁ ହାସଲ କରିବେ । ଏହାର ତଦନ୍ତ ପାଇଁ ଏକ ୬ଜଣିଆ ଟିମ ମଧ୍ୟ ଗଠନ କରିଛି ସିବିଆଇ । ଏହାଛଡ଼ା ଘଟଣାରେ ଗିରଫ ହୋଇଥିବା ଆନନ୍ଦ ଗିରି ଓ ଆଦିତ୍ୟଙ୍କୁ ରିମାଣ୍ଡରେ ନେଇ ଜେରା ମଧ୍ୟ କରିବ ପୋଲିସ । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ୍ ନୋଟରେ ଆନନ୍ଦଙ୍କ ସହିତ ଆଉ କିଛି ଲୋକଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ସେମାନେ ତାଙ୍କୁ ହଇରାଣ କରୁଥିବାରୁ ସେ ଜୀବନ ହାରିଥିବା ଚିଠିରେ ଲେଖିଥିଲେ । ବର୍ତ୍ତମାନ ସିବିଆଇକୁ ଏ ସମସ୍ତ ତଥ୍ୟ ପୋଲିସ ଦେବା ପରେ ସିବିଆଇ ଏହାର ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking