28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଠାକରେଙ୍କୁ ଝଟକା, ସମର୍ଥନ ପ୍ରତ୍ୟାହାର କଲା ସିନ୍ଦେ ଗୋଷ୍ଠୀ

ଠାକରେଙ୍କୁ ଝଟକା, ସମର୍ଥନ ପ୍ରତ୍ୟାହାର କଲା ସିନ୍ଦେ ଗୋଷ୍ଠୀ

ମୁମ୍ବାଇ : ନିଜ ଗୋଷ୍ଟୀ କୁ ପ୍ରକୃତ ଶିବସେନା ଦାବି କରି ସମର୍ଥନ ପ୍ରତ୍ୟାହାର । ସମର୍ଥନ ପ୍ରତ୍ୟାହାର ନେଇ ପିଟିସନ୍ ରେ ସୁପ୍ରିମକୋର୍ଟଙ୍କୁ ଜଣାଇଲେ । ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ସଂଖ୍ୟାଲଘୁରେ ପରିଣତ । ପିଟିସନ୍ ରେ ଉଲ୍ଲେଖ କରାଯାଇଛି, ଗୃହରେ ଏମଭିଏ ମିଳିତ ମେଣ୍ଟ ଏହାର ସଂଖ୍ୟା ଗରିଷ୍ଠତା ହରାଇଛି। କାରଣ ଶିବସେନା ବିଧାୟକ ଦଳର ୩୮ ଜଣ ସଦସ୍ୟ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ସୂଚନା ଅନୁସାରେ, ଗୋଟିଏ ପଟେ ଏକନାଥ ସିନ୍ଧେ ତାଙ୍କ ଶକ୍ତି ବଢାଉଥିବା ବେଳେ ଅନ୍ୟପଟେ ରାଜରାସ୍ତାରେ ଶକ୍ତି ଦେଖାଉଛନ୍ତି ଶିବ ସୈନିକ । ଆଜି ଶିବ ସୈନିକମାନେ ରାଜ୍ୟବ୍ୟାପୀ ଆରମ୍ଭ କରିଛନ୍ତି ଜୁତାମାରୋ ଆନ୍ଦୋଳନ । ମୁମ୍ବାଇ, ନାଗପୁର, ଥାଣେ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକନାଥ ସିନ୍ଧେଙ୍କୁ ବିରୋଧ କରି ବାଇକ୍ ରାଲିର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇଛନ୍ତି ରାଜ୍ୟର ଆଉ ଜଣେ ମନ୍ତ୍ରୀ ଉଦୟ ସାଓ୍ୱନ୍ତ । ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବା ପାଇଁ ମୁମ୍ବାଇରୁ ଗୌହାଟି ଅଭିମୁଖେ ଯାତ୍ରା କରିଛନ୍ତି ଉଦୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking