38.1 C
Bhubaneswar
Friday, April 26, 2024
Homeଅପରାଧପୂର୍ବ ଶତୃତାକୁ ନେଇ ହତ୍ୟା କାଣ୍ଡ 

ପୂର୍ବ ଶତୃତାକୁ ନେଇ ହତ୍ୟା କାଣ୍ଡ 

ମୟୂରଭଞ୍ଜ :   ରାତି ପାହିଲେ ରଜ ମନରେ ଥିଲା ଅନେକ ଆନନ୍ଦ ।ହେଲେ ସବୁ ଖୁସି ଛଡାଇ ନେଲେ ପୂର୍ବ ଶତୃ । ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧିନରେ ଥିବା ପଟିସାରି ପଞ୍ଚାୟତର ତେନ୍ତୁଳିଗାଁ ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ଶନିବାର ରାତିରେ ରବିନ୍ଦ୍ର ଦେହୁରୀ ଗ୍ରାମରେ ରହୁଥିବା ପୁଅ ଘରୁ ଖାଇବା ନେଇ ହାଟପଦା ଘରକୁ ଫେରିବା ସମୟରେ ସେହି ଗ୍ରାମର ଦିଲ୍ଲୀପ ଜେନା , ଗୋଲକବିହାରୀ ଜେନା ଏବଂ ରବି ସିଂ ନାମକ ତିନିଜଣ ବ୍ଯକ୍ତି ହାଟ ମଝିରେ ରାତି ୯ଟା ସମୟରେ  ବାଉଁଶ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି ବୋଲି ମୃତକ ରବିନ୍ଦ୍ର ଦେହୁରୀ ପରିବାର ଲୋକ  ବଡସାହି ଥାନାରେ ଏକ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାର ଖବରପାଇ ବଡସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା, ବେତନଟୀ ଏସଡ଼ିପିଓ ଲଳିତ କୁମାର ପଟ୍ଟନାୟକ ଏବଂ ବାରିପଦା ର ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।
ତେବେ ଏହି ଘଟଣା କରୋନା ମହାମାରି ସମୟରେ ସାପ୍ତାହିକ ହାଟକୁ କେନ୍ଦ୍ର କରି ମୋ ସ୍ବାମୀକୁ ମାରି ଦେଇଛନ୍ତି ବୋଲି ମୃତକ ରବିନ୍ଦ୍ର ଦେହୁରୀ ଙ୍କ ସ୍ତ୍ରୀ ଗୁରୁବାରି ଦେହୁରୀ ପ୍ରକାଶ କରିଛନ୍ତି । ତେବେ ଏହି ରଜ ପର୍ବ  ଆମ ପରିବାରର ଯେମିତି ଖୁସି ଛୋଡାଇ ନେଇଛି । ଦୋଷୀ ମାନଙ୍କୁ ଉଚିତ୍ ଦଣ୍ଡ ମିଳିବା ସହିତ ଆମକୁ ନ୍ଯାୟ ମିଳୁ ବୋଲି ମୃତକ ର ପୁଅ ତୋପୁ ଦେହୁରୀ  କହିଛନ୍ତି । ଏହି ଘଟଣା ସଂପର୍କରେ ବଡସାହି ଥାନା ଅଧିକାରୀ ଙ୍କୁ ପଚାରିବାରୁ ସେ ଏହା ଏକ ହତ୍ୟା କରାଯାଇଛି ବୋଲି ସୂଚନା ଦେଇଛନ୍ତି ।  ଅଭିଯୁକ୍ତ ଫେରାର୍ ଅଛନ୍ତି
-ମୟୂରଭଞ୍ଜ ବଡ଼ସାହିରୁ ସୂର୍ଯ୍ୟକାକ୍ତି ରାଉତ ଙ୍କ ରିପୋଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking