26.1 C
Bhubaneswar
Friday, March 29, 2024
Homeଅପରାଧଯୌତୁକ ନମିଳିବାରୁ ନବ ବିବାହିତାଙ୍କ ସହ ହେଲା ଏମିତି , ଜାଣିଲେ ଚକିତ ହୋଇଯିବେ

ଯୌତୁକ ନମିଳିବାରୁ ନବ ବିବାହିତାଙ୍କ ସହ ହେଲା ଏମିତି , ଜାଣିଲେ ଚକିତ ହୋଇଯିବେ

ନୂଆଦିଲ୍ଲୀ : ଯୌତୁକ ଦାବି ନେଇ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । କୋତବାଲୀ କରନ୍ୟାଲଗଂଜ ଅଂଚଳର ମଜାର ଗାଦି ପୁରଓାରେ ଘଟିଛି । ଜଣେ ନବ ବିବାହିତାଙ୍କ ଶବ ତାଙ୍କ ରୁମ ଭିତରେ ପଡି ରହିିଥିବା ଖବର ଶୁକ୍ରବାର ରାତି ପ୍ରାୟ ୧ରେ ଗ୍ରାମବାସୀମାନେ ପୋଲିସ କୁ ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ନବ ବିବାହିତାଙ୍କ ବାପା ଏନେଇ ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ୨୨ ବର୍ଷୀୟା ଝିଅ ସୁମନର ବିବାହ ୨୦୧୮ ମସିହାରେ ନାଦିପୁରଓାରେ ବାସ କରୁଥିବା ବାଲକ ରାମଙ୍କ ପୁତ୍ର ଭୋଳାଙ୍କ ସହ ହୋଇଥିଲା । ବିବାହ ଆରମ୍ଭଠୁ ଏପର୍ଯ୍ୟନ୍ତ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିଲା । ଆଉ ସେମାନଙ୍କର ଦାବି ପୁରଣ ନହେବାରୁ ସେ ସୁମନର ତଣ୍ଟି ଚିପି ହତ୍ୟା କରିଦେଇଥିବା ସୂଚନା ମିଳିଛି । ସୁମନଙ୍କ ବାପାଙ୍କ ଅଭିଯୋଗକ୍ରମେ ମୃତକଙ୍କ ସ୍ୱାମୀ ଭୋଳା, ଶ୍ୱଶୁର ବାଲକ ରାମ୍‌, ଶାଶୂ ମୈନା ଦେବୀ, ଯା ଓ ଦେଢଶୂର ଇନ୍ଦ୍ରପାଲ, ଦିଅର ବିନୋଦ, ନଣନ୍ଦ ଜନକ ଲଲ୍ଲୀଙ୍କ ବିରୋଧରେ ମାମଲା ରୁଜୁ କରିଛି । କୋତବାଲର ଥାନା ଅଧିକାରୀ ରାଜନାଥ ସିଂ କହିଛନ୍ତି ଯେ, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking