26.1 C
Bhubaneswar
Wednesday, May 8, 2024
Homeଅପରାଧପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଦେଲେ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଦେଲେ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ପୂର୍ବ ଶତ୍ରୁତାରୁ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଜଣେ ଯୁବକ ୨ଭାଇଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ୨ଜଣଙ୍କୁ ଓଡ଼ଗାଁ ପୁଲିସ ଥାନାରେ ଅଟକ ରଖିଛି ।
ସୂଚନା ଅନୁଯାୟୀ, ନନ୍ଦିଘର ଗ୍ରାମ ତଳ ନେଳିଆସାହିର ଜୟୀ ପ୍ରଧାନ ସହ ଉକ୍ତ ଗ୍ରାମ ନେଳିଆସାହିର ଉଦୟ ସାହୁଙ୍କ ପରିବାର ମଧ୍ୟରେ ମାଙ୍ଗଳିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଘଟଣାକୁୁ ନେଇ ଆକ୍ଷେପ ପ୍ରତିଆକ୍ଷେପ ହୋଇଥିଲା । ଗତକାଲି ସନ୍ଧ୍ୟାରେ ଜୟୀ ଘରେ ନଥିବା ସମୟରେ ଉଦୟ ଏବଂ ତାଙ୍କ ୨ପୁଅ ପପୁ ସାହୁ (୨୫) ଏବଂ ଦୀପକ ସାହୁ (୨୪ ) ତାଙ୍କ ଘର ସାମନାରେ ଗାଳିଗୁଲଜ କରିଥିଲେ । ଗତକାଲିର ଘଟଣାକୁ ନେଇ ଆଜି ସକାଳ ୧୦ଟା ବେଳେ ଜୟୀ ଓ ଉଦୟ ସାହୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଉଦୟ ଏବଂ ତାଙ୍କ ପୁଅମାନେ ଉତ୍‌କ୍ଷିପ୍ତ ହୋଇ ଏକ ମାରଣାସ୍ତ୍ରରେ ଜୟୀଙ୍କୁ ଆକ୍ରମଣ କରିଥିଲେ । ଜୟୀ ଜୀବନ ବିକଳରେ ଘରକୁ ପଳେଇ ଯିବା ସମୟରେ ଦୀପୁ ଓ ପପୁ ପଛପଟୁ ଜୟୀଙ୍କ ଡାହାଣ ଗୋଡ଼କୁ ହାଣି ଦେଇଥିଲେ । ସଙ୍ଗେ ସଙ୍ଗେ ଗୁରୁତର ଜୟୀଙ୍କୁ ପରିବାର ଲୋକେ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ । ସେଠାରୁ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପ୍ରତିପକ୍ଷଙ୍କ ଅଭିଯୋଗ ଅନୁସାରେ, ଜୟୀଙ୍କ ଆକ୍ରମଣରେ ଉଦୟ ସାହୁ ଆହତ ହେବାରୁ ଜୟୀଙ୍କ ଠାରୁ ମାରଣାସ୍ତ୍ର ଛଡାଇଆଣି ଉଦୟଙ୍କ ୨ପୁଅ ଜୟୀଙ୍କୁ ଆକ୍ରମଣ କରିଥିଲେ । ଜୟୀଙ୍କ ସ୍ତ୍ରୀ ପ୍ରଭାସିନୀ ପ୍ରଧାନଙ୍କ ଅଭିଯୋଗ ଏବଂ ଉଦୟ ସାହୁଙ୍କ ଅଭିଯୋଗ ଅନୁସାରେ ୨ଟି ପୃଥକ୍ ମାମଲା ରୁଜୁକରି ପପୁ ଓ ଦୀପକଙ୍କୁ ଥାନାରେ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking