27.1 C
Bhubaneswar
Thursday, April 25, 2024
Homeଓଡିଶାଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ରୋଗୀ ଅସନ୍ତୋଷ

ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ରୋଗୀ ଅସନ୍ତୋଷ

କୋରାପୁଟ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଆପତ କାଳୀନ ବିହିଃବିଭାଗରେ କୈାଣସି ଡାକ୍ତର ଉପସ୍ଥିତ ରହୁ ନଥିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଡ୍ୟୁଟିରେ ଥିବା ଡାକ୍ତର ବହୁ ସମୟ ଯାଏ ନଆସିବା କାରଣରୁ ଶହ ଶହ ରୋଗୀ ଲମ୍ବା ଧାଡିରେ ଛିଡା ରହିଥିଲେ । ଅନେକ ସମୟ ପରେ ମଧ୍ୟ କୌଣସି ଡାକ୍ତର ନଆସିବାରୁ କିଛି ଲୋକ ମୋ ସରକାର ଫୋନକୁ ମୋବାଇଲ ଯୋଗେ ଅଭିଯୋଗ କରିଥିଲେ । ଅଭିଯୋଗ ଦେବା ସତ୍ୱେ ଡାକ୍ତର ନ ଆସିବାରୁ ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡାଙ୍କୁ ଅଭିଯୋଗ କରି ଡାକ୍ତର ପଠାଇବାକୁ ଅନୁରୋଧ କରିଥିଲେ । ଆପାତ କାଳୀନ ୱାର୍ଡରେ ଡ୍ୟୁଟି ଥିବା ଡାକ୍ତରଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବାରୁ ହସ୍ପିଟାଲ୍ ମ୍ୟାନେଜର୍ ଅନ୍ୟ ଜଣେ ଡାକ୍ତରଙ୍କୁ ପଠାଇ ଥିଲେ । ତେବେ ଏହା ଗୋଟିଏ ଦିନର ଅବ୍ୟବସ୍ଥା ନୁହଁ ପ୍ରାୟ ଅଧିକାଂଶ ସମୟରେ ଏପରି ଘଟୁଥିବା ଅଭିଯୋଗ ହେଉଛି । ଆପତ କାଳୀନ ବହିଃବିଭାଗରେ ସବୁବେଳେ ଜଣେ ଡାକ୍ତର ଉପସ୍ଥିତ ରହିବାର ନିୟମ ରହିଥିଲେ ସୁଦ୍ଧା କାହିଁକି ଏପରି ହେଲା ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏପରି ଅବ୍ୟବସ୍ଥା ଯେପରି ଆଗାମୀ ଦିନରେ ନ ହୁଏ ସେଥିପ୍ରତି କର୍ତୃପକ୍ଷ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking