40.1 C
Bhubaneswar
Thursday, April 25, 2024
Homeଓଡିଶାଅନ୍ଧାରରେ ଦୁଡ଼ା ପଞ୍ଚାୟତର ୩ ଗ୍ରାମ : ଟ୍ରାନ୍ସଫର୍ମର ଅଛି ହେଲେ ଆଲୁଅ ଜଳୁନି

ଅନ୍ଧାରରେ ଦୁଡ଼ା ପଞ୍ଚାୟତର ୩ ଗ୍ରାମ : ଟ୍ରାନ୍ସଫର୍ମର ଅଛି ହେଲେ ଆଲୁଅ ଜଳୁନି

ନୟାଗଡ଼ : ଦୁଇବର୍ଷ ହେବ ଦୁଡ଼ା ପଞ୍ଚାୟତର ତିନିଗ୍ରାମବାସୀ ବିଦ୍ୟୁତ୍ ସେବା ପାଇବାରୁ ବଞ୍ôଚତ ହେବା ସହ ଅନ୍ଧାରରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି । ବିଦ୍ୟୁତ୍ ସେବା ଦିଆଯିବା ପାଇଁ ଖୁଣ୍ଟ ଅଛି, ଟ୍ରାନ୍ସଫର୍ମର ଲାଗିଛି ଏବଂ ଲୋକଙ୍କ ଘରେ ମିଟର ବସି ବଲ ବି ଝୁଲୁଛି । ଅଥଚ ଲାଇଟ୍ ଜଳୁନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀର ଅନେକ ଗ୍ରାମରେ ଆଜି ମଧ୍ୟ ସ୍ୱାଧୀନତାର ପଦଚିହ୍ନ ପଡ଼ିନଥିବା ଅଭିଯୋଗ ହେଉଛି । ଅନେକ ଗ୍ରାମବାସୀ ପାନୀୟଜଳ, ରାସ୍ତାଘାଟ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ପାଇବାରୁ ବଞ୍ôଚତ ହେଉଛନ୍ତି । ବିକାଶର ଦ୍ୱାହି ଦେଇ ନେତାମାନେ ନିର୍ବାଚନୀ ଡଙ୍ଗା ପାର ହେଉଥିବାବେଳେ ଏ ନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଦୁଡ଼ା ପଞ୍ଚାୟତର ସିରିସିରା, ଗାଡ଼ିଆପଡ଼ା ଓ ସଦାପଦର ଗ୍ରାମବାସୀ । ଗ୍ରାମକୁ ଯିବାକୁ ରାସ୍ତା ନଥିବାବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହି ଅଞ୍ଚଳ ବହୁ ପଛୁଆ । ଗ୍ରାମରେ ପାନୀୟଜଳ ମିଳୁନଥିବାରୁ ଲୋକମାନେ ଝରଣା ଓ ନଦୀ ଉପରେ ନିର୍ଭର କରୁଛନ୍ତି । ଏପରିସ୍ଥଳେ ଗ୍ରାମବାସୀ ଅନ୍ଧାରରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି । ତିନୋଟି ଗ୍ରାମକୁ ଦୁଇବର୍ଷ ପୂର୍ବେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା । ସ୍ୱାଧୀନତାର ଅନେକ ବର୍ଷ ପରେ ଗାଁ’ରେ ବିଦ୍ୟୁତ୍ ଆଲୋକ ଜଳିବାର ଖୁସି ଖେଳିଯାଇଥିଲା । ମାତ୍ର ସେହି ଖୁସି କିଛିଦିନରେ ମିଳେଇ ଗଲା । ନିମ୍ନମାନର କେବୁଲ ୱୟାରିଂ କରାଯାଇଥିବାରୁ ତାରସବୁ ପୋଡ଼ିଗଲା ।
ଫଳରେ ତିନୋଟି ଗ୍ରାମରେ ପୁଣିଥରେ ପୂର୍ବଭଳି ଅନ୍ଧାର ଖେଳିଗଲା । ଏ ନେଇ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅଭିଯୋଗ କରାଯିବା ସହ ବ୍ଲକ୍ ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଆଦିବାସୀ ଅଧୂଷିତ ଏହି ଗ୍ରାମବାସୀଙ୍କ କଥାକୁ କେହି କର୍ଣ୍ଣପାତ କରିନଥିବା ଜଣାପଡ଼ିଛି । ଫଳରେ ଗତ ନଭେମ୍ବର୨୫ ତାରିଖରେ ବ୍ଲକ୍ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ଆସି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଡ. ପୋମା ଟୁଡୁ ଅଭିଯୋଗକୁ ବିଚାର କରି ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଗ୍ରାମବାସୀ କହିଛନ୍ତି । ମାତ୍ର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବାକୁ ଇତିମଧ୍ୟରେ ମାସେ ବିତିଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ ନୀତିରେ ଗ୍ରାମବାସୀ ଅନ୍ଧାରରେ ବସବାସ କରୁଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳୁଥିବାରୁ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking