37.1 C
Bhubaneswar
Sunday, May 5, 2024
Homeଓଡିଶାଅଭିଯୁକ୍ତମାନଙ୍କ ଧରିବାରେ ସଦରଥାନା ପୋଲିସ ବିଫଳ

ଅଭିଯୁକ୍ତମାନଙ୍କ ଧରିବାରେ ସଦରଥାନା ପୋଲିସ ବିଫଳ

କେନ୍ଦ୍ରାପଡା  : କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ମଡରପୁର ଗାଁରେ ପପୁ ମଳିକ ହତ୍ୟାକାଣ୍ଡ ଅଭିଯୋଗକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନି ସଦରଥାନା ପୋଲିଲ । ପପୁ ଜଣେ ଟ୍ରାକ୍ଟର ଚାଳକ । ଗତ ୧୬ ତାରିଖରେ ପପୁଙ୍କୁ ସେହି ଗାଁର ବଟକୃଷ୍ଣ ମଳିକ ନାମକ ଜଣେ ଯୁବକ ତାଙ୍କ ସ୍କୁଟିରେ ବସାଇ ବୁଲାଉଥିଲା । ସଂଧ୍ୟା ବେଳେ ବଟକୃଷ୍ଣର ବାପା ପପୁଘରେ ଖବରଦେଲା କି ପପୁ ତାଙ୍କ ଗାଡି ସର୍ଭିସିଂ ଦୋକାନ ନିକଟରେ ମରିକି ପଡିଛି । ପପୁକୁ ମୃତ ଅବସ୍ଥାରେ ୫ନମ୍ବର କ ଜାତୀୟ ରାଜପଥ କଡରୁ ବଟକୃଷ୍ଣର ସର୍ଭିସିଂ ଦୋକାନ ପଛପଟୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପପୁଙ୍କୁ ଦିନସାରା ସ୍କୁଟି ପଛରେ ବସାଇ ବୁଲାଉଥିବା ବଟକୃଷ୍ଣ ଓ ଅନ୍ୟ ଦୁଇଜଣ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୃତ ପପୁଙ୍କ ବିଧବାପତ୍ନୀ ରିନୁ ମଳିକ ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହିଁ । ତୁରନ୍ତ ପପୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ ଦାବି କରିଛନ୍ତି ପପୁଙ୍କ ବିଧବା ପତ୍ନୀ । ଏହାଛଡା ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟର ବରିଷ୍ଠ ଦଳିତ ନେତା ହଳଧର ସେଠି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking