40.1 C
Bhubaneswar
Thursday, April 25, 2024
Homeଓଡିଶାଓକିଲ ସଂଘ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ଓକିଲ ସଂଘ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

କୋଟପାଡ଼ : କୋଟପାଡ଼ ଓକିଲ ସଂଘ ଗତକାଲି ଓଡିଶାର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଜୟପୁର ଠାରେ ନୂତନ ଭାବରେ ଏକ ମହିଳା କୋର୍ଟ ସ୍ଥାପନ କଲେ ଏବଂ କୋଟପାଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଅଧୀନରେ ଥିବା ମହିଳା ସମର୍କିତ କେଶ ଗୁଡିକ ଜୟପୁର କୋର୍ଟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ଓକିଲ ଏବଂ ମହକିଲ ଏହାକୁ ଦୃଢ଼ ବିରୋଧ କରିଛନ୍ତି । ଏହି ସମ୍ପର୍କିତ ତଥ୍ୟକୁ ମାନ୍ୟବର ମନ୍ତ୍ରୀଙ୍କୁ କିପରି ଏହି ସମସ୍ୟାର ସମାଧାନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ଏକ ଟିମ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି, ଆଇନ ମନ୍ତ୍ରୀ, ଆଇନ ସଚିବଙ୍କୁ ମିଶିବାର କାର୍ଯ୍ୟକ୍ରମ ରହିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଉପରେ ହସ୍ତକ୍ଷେପ କରିବା ପାଇଁ ଏକ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯିବ ବୋଲି ଜଣାପଡିଛି ।

କୋଟପାଡ଼ର ସିମବର୍ତ୍ତୀ ଅଞ୍ଚଳ ଛତରଲା ପଂଚାୟତର ମଲଚମାଳ ଗ୍ରାମରୁ ଜୟପୁର କୋର୍ଟ 85କିଲୋମିଟର ଦୂର ଜଣେ ମହକିଲ କେମିତି ଠିକ ସମୟରେ ପହଂଚି ପାରିବ, ଠିକ ସମୟରେ କିପରି ଘରେ ପହଂଚିବ, ଓକିଲ ଙ୍କୁ କେତେ ପାଉଣା ଦେବ,498,354, ଘରେଇ ହିଂସା ଆଇନ, ଭରଣ ପୋଷଣ ଭଳି ମହିଳା ସମ୍ପର୍କିତ କେଶ ଗୁଡିକ ଜୟପୁର ସ୍ଥାନାନ୍ତରିତ ହୋଇଥିବା ହେତୁ ମହକିଲ ବହୁ ଅସୁବିଧା ହେବେ ବୋଲି ଆଦିବାସୀ ସଙ୍ଘ ସଭାପତି କହିଛନ୍ତି । ସ୍ଥାନୀୟ ସରପଞ୍ଚ 17ଟି ପଂଚାୟତରୁ ଲିଖିତ ଦାବି ସରକାରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । 2ବର୍ଷ ତଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ କର କମଳରେ,5କୋଟି ଟଙ୍କା ବ୍ୟୟରେ ଏକ ସୁନ୍ଦର, 2ମହଲା କୋର୍ଟ ନିର୍ମାଣ ହୋଇଥିଲା । ତାପରେ ଏକ ବର୍ଷ ଅଭିବକ୍ତ କୋରାପୁଟ ଜିଲ୍ଲାରେ ଉଚ୍ଚ ନ୍ୟାଳୟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କୋର୍ଟ ବନ୍ଧ,ଏକ ବର୍ଷ କୋଭିଡ ପାଇଁ କୋର୍ଟ ବନ୍ଧ ତାପରେ କେଶ ସ୍ଥାନାନ୍ତରିତ ହେବା ଫଳରେ ଓକିଲଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଯାଇଛି ଏଣୁ ସରକାର ଏବଂ ଉଚ୍ଚନ୍ୟାୟ ଏହାକୁ ଗୁରୁତ୍ର ସହ ନେଇ ଏହାକୁ ହୃଦୟଙ୍ଗମ କରି ନ୍ୟାୟ ପ୍ରଦାନ କରିବା ପାଇଁ ଓକିଲ ସଙ୍ଘ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking