34.1 C
Bhubaneswar
Thursday, April 25, 2024
Homeଓଡିଶାକେନ୍ଦ୍ରାପଡ଼ା ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ନିଲମ୍ବନ ଦାବି 

କେନ୍ଦ୍ରାପଡ଼ା ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ନିଲମ୍ବନ ଦାବି 

କେନ୍ଦ୍ରାପଡ଼ା : ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉର୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିଲମ୍ବନ ସହ ତାଙ୍କ ବିରୋଧ ରେ ଭିଜିଲାନ୍ସ ତଦନ୍ତ ଦାବୀକରି ଷ୍ଟୁଡେଣ୍ଟ୍ ଫୋରମ୍ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । କେନ୍ଦ୍ରାପଡ଼ା ପୌର ପରିଷଦର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣି କେନ୍ଦ୍ରାପଡା ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ର ସଭାପତି ଉମେଶ ପାଢ଼ୀ , ରାଜ୍ୟ ସମ୍ପାଦକ ରଶ୍ମୀ ରଞ୍ଜନ ଚୌଧୁରୀ, ବରିଷ୍ଟ କାଉନ ସିଲର୍ ମୁକ୍ତାର ଖାଁ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ବିଧୂ ଭୂଷଣ ମହାପାତ୍ର , ସନ୍ତୋଷ ବେହେରା, ଶୟଦ୍ ମୁକ୍ତାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉର୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

ରାସ୍ତା , ପାର୍କ , ଡ୍ରେନେଜ ନିର୍ମାଣରେ ପୌର ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ୟାପକ କରିଥିବାର ଖବର ଦୈନଦିନ ଖବର କାଗଜ ଏଵଂ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣଷି କାର୍ଯ୍ୟ ନିଆଯାଉ ନାହିଁ ବୋଲି ଷ୍ଟୁଡେଣ୍ଟ୍ ଫୋରମ୍ ଓ ବରିଷ୍ଠ ନେତାମାନେ ପତିକ୍ରୀୟା ଦେଇଥିଲେ । ତେବେ ଯଦି ଦାବି ଅନୁଯାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ନକରାଯାଏ ଓ ଭିଜିଲାନ୍ସ ତଦନ୍ତ ନ କରାଯାଏ ତେବେ ରାଜୀବ ଷ୍ଟୁଡେଣ୍ଟ୍ ଫୋରମ୍ ଫୋରମ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking