30.1 C
Bhubaneswar
Friday, April 26, 2024
Homeଆଇପିଏଲ୍ -2022ହାର୍ଦ୍ଦିକ ଓ ସୌରଭଙ୍କ ଇନିଂସ୍‌ରେ ମୁମ୍ବାଇ ବିଜୟୀ

ହାର୍ଦ୍ଦିକ ଓ ସୌରଭଙ୍କ ଇନିଂସ୍‌ରେ ମୁମ୍ବାଇ ବିଜୟୀ

ଆବୁଧାବି: ଚଳିତ ଆଇପିଏଲ୍‌-୧୪ର ଦ୍ୱିତୀୟ ଚରଣରେ ମଙ୍ଗଳବାର ଖେଳାଯାଇଥିବା ସଂସ୍କରଣର ୪୨ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ରେ ବିଜୟୀ ହୋଇଛି । ଦଳ ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍‌ସ ଦେଇଥିବା ୧୩୬ ରନ୍‌ର ଟାର୍ଗେଟ୍‌କୁ ଊନବିଂଶତମ ଓଭର୍‌ର ଶେଷ ବଲ୍‌ରେ ହାସଲ କରିନେଇଛି । ଦଳ ୟୁଏଇ ସଂସ୍କରଣରେ ହାସଲ କରିଥିବା ଏହି ପ୍ରଥମ ବିଜୟରେ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୌରଭ ତିୱାରୀଙ୍କ ଧୂଆଁଧାର ଇନିଂସ ମୁଖ୍ୟ ଭୂମିକା ତୁଲାଇଛି । ସୌରଭ ୩୭ ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ସହ ୪୫ ରନ୍ କରି ଆଉଟ୍ ହୋଇଥିବା ବେଳେ ହାର୍ଦ୍ଦିକ ୪ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ କରି ଅପରାଜିତ ରହିଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ୬ ୱିକେଟ୍‌ରେ ୧୩୫ ରନ୍ କରିଥିଲା । ଦଳ ପକ୍ଷରୁ ଆଇଡେନ୍ ମାର୍କରାମ୍ ୨୯ଟି ବଲ୍‌ରେ ୬ଟି ଚୌକ।। ସହ ୪୨ ରନ୍ କରିଥିବା ବେଳେ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୮ ରନ୍ କରିଥିଲେ । ଏହାଛଡ଼ା ଓପନର ତଥା ଅଧିନାୟକ ଲୋକେଶ ରାହୁଲ୍ ୨ଟି ଚୌକା ସହାୟତାରେ ୨୧ ରନ୍ କରିବା ସହ ମନଦୀପ ସିଂ (୧୫ ରନ୍‌, ୨ଟି ଚୌକା)ଙ୍କ ସହ ପ୍ରଥମ ୱିକେଟ୍‌ରେ ୩୬ ରନ୍ ଯୋଡ଼ିଥିଲେ । ଶେଷ ଭାଗରେ ହରପ୍ରୀତ୍ ବ୍ରାର୍ ୧୪ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଜସପ୍ରୀତ୍ ବୁମରା ଓ କାଇରନ୍ ପୋଲାର୍ଡ ୨ଟି ଲେଖାଏଁ ଏବଂ କୃନାଲ୍ ପାଣ୍ଡ୍ୟା ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ବ୍ୟାଟିଂରେ ମୁମ୍ବାଇ ଓପନର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୮ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି’କକ୍ ୨ଟି ଚୌକା ସହ ୨୭ ରନ୍ କରିଥିଲେ । ଏହାଛଡ଼ା ସୌରଭ ଓ ହାର୍ଦ୍ଦିକଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୩୧ ରନ୍‌ର ଭାଗୀଦାରୀ ମଧ୍ୟ ହୋଇଥିଲା । ହାର୍ଦ୍ଦିକ ସହ ପୋଲାର୍ଡ ମାତ୍ର ୭ଟି ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୫ ରନ୍ କରି ଅପରାଜିତ ଥିଲେ । ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ୨ଟି, ମହମ୍ମଦ ଶମୀ ଓ ନାଥନ୍ ଏଲିସ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ପଏଣ୍ଟ୍ ଟେବଲ୍‌ରେ ସପ୍ତମରୁ ପଞ୍ଚମୁ ଉନ୍ନୀତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking